BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜିଲ୍ଲା ସ୍ତରୀୟ ଯୁବ ଜ୍ୟୋତିର୍ବିଜ୍ଞାନ ଅନ୍ୱେଷଣ କାର୍ଯ୍ୟକ୍ରମ ‘ୟାଟ୍‌ସ’, ଅଂଶଗ୍ରହଣ କଲେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ

  • ଡୁବୁରି ସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ୟାଟ୍‌ସର ୧୯ତମ ସଂସ୍କରଣ ଅନୁଷ୍ଠିତ

  • ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ଟାଟା ଷ୍ଟିଲ୍ ପକ୍ଷରୁ ୟାଟ୍‌ସ ଆୟୋଜିତ

ଡୁବୁରି : ଡୁବୁରି ସ୍ଥିତ କପିଳେଶ୍ୱର ଉଚ୍ଚବିଦ୍ୟାଳୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଯୁବ ଜ୍ୟୋତିର୍ବିଜ୍ଞାନ ଅନ୍ୱେଷଣ କାର୍ଯ୍ୟକ୍ରମ (ୟାଟ୍‌ସ)ର ୧୯ତମ ସଂସ୍କରଣରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନସ୍ଥ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌, ଭୁବନେଶ୍ୱର ସହଯୋଗରେ ୟାଟ୍‌ସ ଅନୁଷ୍ଠିତ ହୋଇଯାଇଛି।

କପିଳେଶ୍ୱର ଉଚ୍ଚବିଦ୍ୟାଳୟ ପକ୍ଷରୁ ୟାଟ୍‌ସ ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ରଧାନଶିକ୍ଷକ ଶ୍ରୀ ଆଦିତ୍ୟ କୁମାର ବାରିକଙ୍କ ମାର୍ଗଦର୍ଶନରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ନେଇ ସ୍କୁଲରେ ଏମ୍‌ସିକ୍ୟୁ ଅନୁଶୀଳନ ଓ ମୁକ୍ତ କୁଇଜ୍ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଡୁବୁରି ଅଂଚଳର ବରିଷ୍ଠ ସାମ୍ବାଦିକ କପିଳେନ୍ଦ୍ର ମହାନ୍ତ, ବିଶ୍ୱନାଥ ସାହୁ, ସଞ୍ଜୀବ ମହାନ୍ତ, ବିଜୟରଶ୍ମି ତ୍ରିପାଠୀ, ସରୋଜ ନାୟକ ଓ ମୃତ୍ୟୁଞ୍ଜୟ ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାରିକ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ୟାଟ୍‌ସ ୨୦୨୫ ସଂସ୍କରଣର ବିଷୟବସ୍ତୁ ରହିଛି “ଆଜିର ନକ୍ଷତ୍ରଦର୍ଶୀ କାଲିର ମହାକାଶଚାରୀ” ଏବଂ ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ମୁକ୍ତ କୁଇଜ୍ ଏବଂ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ବହୁବିଧ ପସନ୍ଦ ପ୍ରଶ୍ନ (ଏମ୍‌ସିକ୍ୟୁ) ପରୀକ୍ଷାକୁ ସ୍କୁଲରେ ଓ ଅନଲାଇନ୍ ମାଧ୍ୟମରେ ଆୟୋଜନ କରାଯାଇଛି।

୨୦୨୫ ଅଗଷ୍ଟ ୨୧ରେ ଓଡ଼ିଶାର ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଲୋକସେବା ଭବନରୁ ଶୁଭାରମ୍ଭ କରାଯାଇଥିବା ୟାଟ୍‌ସର ୧୯ତମ ସଂସ୍କରଣ ଓଡ଼ିଶାର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ଉପରେ ସେମାନଙ୍କ ରହିଥିବା ଭାବନା ଓ ବିଶେଷତାକୁ ପରିପ୍ରକାଶ କରିବାର ମଂଚ ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଓ ମହାକାଶ ବିଜ୍ଞାନ ପ୍ରତି ପଠାଣୀ ସାମନ୍ତ ଭାବେ ପରିଚିତ କିମ୍ବଦନ୍ତୀ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ମହାମହୋପାଧ୍ୟାୟ ପଣ୍ଡିତ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରାଙ୍କ ଅବଦାନର ପ୍ରସାର କରିବାକୁ ୟାଟ୍‌ସ ଲକ୍ଷ୍ୟ ରଖିଛି।

ଓଡ଼ିଶାର ପ୍ରତି ଜିଲ୍ଲାରୁ ଚୟନ କରାଯାଉଥିବା ପ୍ରତିଯୋଗୀମାନଙ୍କୁ ୨୦୨୫ ଡିସେମ୍ବର ୧୩ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ୍ ଫିନାଲେ ପାଇଁ ଆମନ୍ତ୍ରଣ କରାଯିବ। ସେହିଦିନ ବିଜେତାମାନଙ୍କ ନାମ ଘୋଷଣା କରାଯିବା ସହ ସେମାନଙ୍କୁ ପୁରସ୍କୃତ କରାଯିବ।

ୟାଟ୍‌ସ ଗତ ୧୮ ବର୍ଷ ଧରି ମହାକାଶ ବିଜ୍ଞାନର ଚମତ୍କାରିତାକୁ ଅନ୍ୱେଷଣ କରିବା ପାଇଁ ଯୁବ ପ୍ରତିଭାମାନଙ୍କୁ ଅନୁପ୍ରାଣିତ କରୁଛି। ୟାଟ୍‌ସର ୧୮ତମ ସଂସ୍କରଣର ବିଜେତାମାନେ ୨୦୨୫ ମେ’ ଶେଷ ସପ୍ତାହରେ ବେଙ୍ଗାଲୁରୁରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ୍ କମାଣ୍ଡ ନେଟ୍‌ୱର୍କ (ଇସଟ୍ରାକ) ଓ ୟୁ ଆର୍ ରାଓ ଉପଗ୍ରହ କେନ୍ଦ୍ର (ୟୁଆରଏସସି) ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସମେତ ମହାକାଶ ବିଜ୍ଞାନୀମାନଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇଥିଲେ।

ୟାଟ୍‌ସର ଅତୁଲ୍ୟ ଯାତ୍ରାର ଏକ ଅଂଶ ହୋଇ କପିଳେଶ୍ୱର ଉଚ୍ଚବିଦ୍ୟାଳୟ ବେଶ୍ ଗର୍ବିତ। ଏଭଳି ଅଭିଯାନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମହାକାଶ ସ୍ୱପ୍ନକୁ ଅନୁସରଣ କରିବାରେ ଆମ ଛାତ୍ରଛାତ୍ରୀଙ୍କୁ ଅମୂଲ୍ୟ ସୁଯୋଗ ପ୍ରଦାନ କରିଛି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାରିକ କହିଛନ୍ତି।