BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶା ତରଫରୁ ୪୫୧୫ କୋଟି ନିବେଶ ମଞ୍ଜୁରୀ ୮୨୦୦ ନିଯୁକ୍ତି ସୃଷ୍ଟି କରିବ, ୮ଟି ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ

ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶା ୨୦୩୬ ସୁଦ୍ଧା “ସମୃଦ୍ଧ ଓଡ଼ିଶା” ଗଠନର ଲକ୍ଷ୍ୟ ରଖି ଦୃତ ଆଗକୁ ବଢୁଥିବା ବେଳେ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସମାବେଶୀ ଏବଂ ସମତୁଲ ଆଂଚଳିକ ବିକାଶ ପ୍ରତି ଦୃଷ୍ଟି ଦେଇ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛନ୍ତି ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଂଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୩୯ତମ ବେଠକରେ ୪,୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ସବୁ ଅନୁଗୋଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ ଓ ଝାରସୁଗୁଡା ଆଦି ୮ଟି ଜିଲ୍ଲା ୮୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଇଛି । ବିଭିନ୍ନ କ୍ଷେତ୍ରରେ ନିବେଶ ବ୍ୟାପକ କରି, ସରକାର ରୋଜଗାର ସୃଷ୍ଟି ମାଧ୍ୟମରେ ଆର୍ଥିକ ବିକାଶ, ସ୍ଥାନୀୟ ଅର୍ଥନୀତିକୁ ଶକ୍ତିଶାଳୀ କରିବା ଓ ସମାନୁପାତିକ ଶିଳ୍ପର ବିକାଶକୁ ସୁନିଶ୍ଚିତ କରୁଛନ୍ତି ।

ସଦ୍ୟ ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ଗୁ଼ଡିକରେ ଦୁଇଟି ଦିଗକୁ ଗୁରୁତ୍ୱ ଦେଇଛି । ପାରମ୍ପରିକ ଗ୍ରୋଥ ଇଂଜିନ୍ ଯଥା- ଇସ୍ପାତ. ଭିତ୍ତିଭୂମି ଭଳି ପାରମ୍ପରିକ ବିକାଶ ଇଞ୍ଜିନ୍‌ ସହିତ ପର୍ଯ୍ୟଟନକୁ ଶକ୍ତିଶାଳୀ କରାଯିବା ସହିତ ସେଥିରେ ନୂତନ କ୍ଷେତ୍ର ଯେପରିକି ଗ୍ରୀନ୍ ଏନର୍ଜୀ, ଇଲେକ୍ଟ୍ରିକ୍ ଭେହିକଲ୍‌, ଡାଟା ସେଣ୍ଟର ବାୟୋ ଫୁଏଲ୍ସ, ଏବଂ ଫାର୍ମାସ୍ୟୁଟିକାଲ୍‌ସ କୁ ଗୁରୁତ୍ୱ ଦିଆଯାଇଛି । ସମିଶ୍ରିତ ଏହି ପ୍ରକଳ୍ପଗୁଡିକ ରାଜ୍ୟର ଆଗାମୀ ବିକାଶରେ ଏକ ସ୍ଥାୟୀ, ଭବିଷ୍ୟତର ପ୍ରସ୍ତୁତ ଅର୍ଥନୀତି ଗଢ଼ିବା ସହ ସମତୁଲ ଉଦ୍ୟୋଗ ବିକାଶକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ।

ପ୍ରମଖ କ୍ଷେତ୍ର ମଧ୍ୟରେ ସବୁଜ ଊର୍ଜା ଓ ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରରେ ଆଇନକ୍ସ ସୋଲାର ଲିମିଟେଡ୍ ଢେଙ୍କାନାଳରେ ୨୮୩ କୋଟି ନିବେଶରେ ୫ ଜିଡବ୍ଲୟୁ ଏଚ୍ ବ୍ୟାଟେରୀ ଏନର୍ଜି ସ୍ଟୋରେଜ୍ ସିଷ୍ଟମ୍ ଆସେମ୍ଲି ପ୍ଲାଣ୍ଟ ସ୍ଥାପନ କରି ୫୧ ନିଯୁକ୍ତ ସୃଷ୍ଟି କରିବ । ସେହିପରି ଜିନ୍ଦଲ ସ୍ଟେନ୍ଲେସ୍ ଲିମିଟେଡ୍ ଯାଜପୁରରେ ୯୦ କୋଟିର ନିବେଶ ସହିତ ୧୫୦୦ ଏନ୍ ଏମ୍ କ୍ୟୁବ୍ ପ୍ରତି ଘଣ୍ଟାର ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରସ୍ତୁତି ୟୁନିଟ୍ ପ୍ରତିଷ୍ଠା କରିବ, ଯେହା ୮୯ ନିଯୁକ୍ତି ସୃଷ୍ଟି କରିବ । ଏକ ରାୟପୁରର ସବୁଜ ଶକ୍ତି ସାମଗ୍ରୀ ପ୍ରସ୍ତୁତ କମ୍ପାନୀ ଗଞ୍ଜାମରେ ୭୫୦ କୋଟିର ନିବେଶ ସହ ୨ ଗିଗାଓ୍ୱାଟ୍ ସୋଲାର ସେଲ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ଯଦ୍ୱାରା ୫୧୫ ନିଯୁକ୍ତି ସୃଷ୍ଟି ହେବ ।

ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗ୍ରାଭିଟା ଇଣ୍ଡିଆ ଲିମିଟେଡ୍ ଅନୁଗୋଳରେ ଏକ ସମ୍ପୂର୍ଣ୍ଣ ପୁନର୍ବ୍ୟବହାର ୟୁନିଟ୍‌ରେ ୩୫୦ କୋଟି ନିବେଶ କରି ପରିଶୋଧିତ ଲିଡ୍,ମିଶ୍ରଧାତୁ, ପିପି ଗ୍ରାନୁଲ୍ ଉତ୍ପାଦନ କରିବା , ଯାହା ୨୭୦ ନିଯୁକ୍ତି ସୃଷ୍ଟି କରିବ । ଔଷଧ ଶିଳ୍ପରେ ଷ୍ଟାର କ୍ୟାପ ଗ୍ଲୋବାଲ ଏଲଏଲପି ଖୋର୍ଦ୍ଧାରେ ଏକ ଫାର୍ମାସ୍ୟୁଟିକାଲ୍ ପ୍ରକଳ୍ପ ସ୍ଥାପନା କରିବାକୁ ଯାଉଥିବା ସୂଚନା ଦେଇଛି । ଏହି ପ୍ରକଳ୍ପରେ ୮୦ କୋଟିର ବିନିଯୋଗ ହେବ ଓ ଏହା ୧୪୫ ନିଯୁକ୍ତି ସୃଷ୍ଟି କରିବ । ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ପ୍ରସ୍ତାବନା ସହ ୩ ଟି ପ୍ରକଳ୍ପରେ ୩୬୩ କୋଟିରୁ ଅଧିକ ମୂଲ୍ୟର ନିବେଶ ହେବ ।
ପଦ୍ମା ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ୬୦ କୋଟି ନିବେଶ ତିନି ତାରକା ହୋଟେଲ ସ୍ଥାପନ କରିବ ଯାହା ଫଳରେ ୧୮୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏସ୍ ଏନ୍ ଏମ୍ ହୋଟେଲ ଏବଂ ରିସୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ପ୍ରାୟ ୯୨ କୋଟିର ନିବେଶରେ ଏକ ଚାରି ତାରକା ହୋଟେଲ ସହିତ ରିସୋର୍ଟ ସୁବିଧା ବିକଶିତ କରିବ ଯାହା ୧୭୩ ଚାକିରି ସୃଷ୍ଟି କରିବ । ଓଡ଼ିଶା ସ୍ଟିଭେଡୋରସ୍ ଲିମିଟେଡ୍ ପାରାଦୀପ, ଜଗତସିଂହପୁରରେ ୨୧୧ କୋଟି ନିବେଶ କରି ୩୫୦ ନିଯୁକ୍ତି ସୃଷ୍ଟି କରିବାକୁ ଏକ ପାଂଚ ତାରକା ହୋଟେଲ ନିର୍ମାଣ କରିବ ।

ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ଭାଇବ୍ରାଣ୍ଟ ସ୍ପିରିଟ୍ସ ପ୍ରା ଲିଃ. ସୁନ୍ଦରଗଡରେ ୪,୦୦୦ ଏମଟିପିଏ କ୍ଷମତା ସହିତ ଏକ ଚାପିତ ବାଇଓଗ୍ୟାସ ୟୁନିଟ୍ ସ୍ଥାପନା କରିବ, ଏହା ପାଇଁ ୫୦ କୋଟିର ନିବେଶ କରାଯିବ, ଯାହା ୭୨୫ ନିଯୁକ୍ତି ସୃଷ୍ଟି କରିବ । ଷ୍ଟିଲ୍ ଏବଂ ଡାଉନଷ୍ଟିମ୍ ଇଣ଼୍ଡଷ୍ଟ୍ରିଜ୍ କ୍ଷେତ୍ରରେ ବିଟାବିଲ୍ଡସ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ ସୁନ୍ଦରଗଡରେ ଏକ ଷ୍ଟିଲ୍ ପ୍ରୋସେସିଂ ଇଉନିଟ୍ ସ୍ଥାପନ କରିବାକୁ ଯାଉଛି ଯାହା ଇଆରଡବ୍ଲୁ ପାଇପ୍ ନିର୍ମାଣ , ପିଇବି ପ୍ରସ୍ତୁତି ଓ ଏଚ୍ ଆର କଏଲ ସ୍ଲିଟିଂ ପ୍ରସ୍ତୁତି କରିବ । ଏହାର ୩,୮୮,୦୦୦ ମେଟ୍ରିକ୍ ଟନ୍ ପ୍ରତି ବର୍ଷ କ୍ଷମତା ରହିବ । ଏହି ପ୍ରକଳ୍ପରେ ୧୩୧.୫୫ କୋଟିର ନିବେଶ ହେବ ଓ ୪୦୦ ନିଯୁକ୍ତି ସୃଷ୍ଟି କରିବ ।

କୋଣାର୍କ ଇସ୍ପାତ ଲିମିଟେଡ୍ ଝାରସୁଗୁଡାରେ ୦.୩୫ ଏମଟିପିଏ ରୋଲିଂ ମିଲ୍ ୦.୬ ଏମଟିପିଏ ପେଲେଟ୍ ପ୍ଲାଣ୍ଟ, ୭୦ ମେଗାଓ୍ୱାଟ୍ କ୍ୟାପ୍ଟିଭ୍ ପାୱର୍ ପ୍ଲାଣ୍ଟ, ୦.୫୪ ଏମଟିପିଏ ଡିଆରଆଇ ପ୍ଲାଣ୍ଟ ଏବଂ ୦.୫୦ ଏମଟିପିଏ ବିଲେଟ୍ ପ୍ଲାଣ୍ଟ କରି ଏହାର କ୍ଷମତାକୁ ସଂପ୍ରସାରିତ କରିବ । ଏହା ଫଳରେ ୯୯୦ କୋଟି ର ନିବେଶ ହେବ, ଯାହା ୨,୦୦୦ କର୍ମ ସଂସ୍ଥାନ ସୃଷ୍ଟି କରିବ ।

ଭିତ୍ତିଭୂମି ଓ ଆନୁଷଙ୍ଗିକ କ୍ଷେତ୍ରରେ ଶ୍ରୀ ଜଗନ୍ନାଥ କ୍ୟାରିଆର୍ସ ପ୍ରାଇଭେଟ୍ ଲିମିଟେଡ୍ ଏକ ଲଜିଷ୍ଟିକ୍ସ ପାର୍କ ଓ ଗୋଦାମ ସୁବିଧା ଅନୁଗୋଳରେ ୧୧୧ .୯୦ କୋଟିର ନିବେଶ ସହିତ ସ୍ଥାପନ କରିବ, ଯାହା ୩୦୦ ଚାକିରି ସୃଷ୍ଟି କରିବାକୁ ସାହାଯ୍ୟ କରିବ । ସାପିଏଣ୍ଟ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡ୍ ଅନଗୁଳରେ ୭୦ କୋଟିର ନିବେଶ ସହିତ ଓପନର ପ୍ରକଳ୍ପ ସ୍ଥାପନ କରିବ, ଯାହା ୩୦0 ନିଯୁକ୍ତି ସୃଷ୍ଟି କରିବ । ଇଳେକ୍ଟ୍ରିକ୍ ଯାନ କ୍ଷେତ୍ରରେ ସାନକା ଅଟୋ କର୍ପ୍ ଲିମିଟେଡ୍ ଖୋରଧାରେ ଏକ ବିଦ୍ୟୁତ୍ ଯାନ ଉତ୍ପାଦନ ପ୍ରତିଷ୍ଠାନରେ ୩୦୦ କୋଟି ବିନିଯୋଗ କରିବ, ଯାହାର ବାର୍ଷିକ କ୍ଷମତା ୧୦,୦୦୦ ଇଉନିଟ୍, ହେବ ଏବଂ ଏହା ଦ୍ୱାରା ୧୪୫ ନିଯୁକ୍ତି ସୃଷ୍ଟି କରିବ । ଡିଜିଟାଲ୍ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଶ୍ରୀଟେକ୍ ଡାଟା ଲିମିଟେଡ୍ ଖୋର୍ଦ୍ଧାରେ ୫୦୧ କୋଟିର ବିନିଯୋଗ ସହିତ ଏକ ହାଇପରସ୍କେଲ୍ ଡାଟା ସେଣ୍ଟର ସୁବିଧା ବିକଶିତ କରିବ, ଯାହା ଫଳରେ ୪୫୦ ନିଯୁକ୍ତି ସୃଷ୍ଟି କରିବ ।

ୱେଷ୍ଟ ଏଜ୍ ଡାଟା ସେଣ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୫୦. ୫୦ କୋଟି ନିବେଶରେ ଏକ ଡାଟା ସେଣ୍ଟର୍ ଓ ସ୍ୟାଟେଲାଇଟ୍ ଇଣ୍ଟର୍ନେଟ୍ ସେବା ୟୁନିଟ୍ ସ୍ଥାପନା କରିବ, ଯାହା ୧୯୦ ଚାକିରି ସୃଷ୍ଟି କରିବ । ଖାଦ୍ୟ ଓ ପାନୀୟ ସେକ୍ଟରରେ ଇଲିକ୍ସିର୍ ଅଫ୍ ଇଷ୍ଟ – ଦ ଆର୍ଟିସାନ୍ ଡିଷ୍ଟିଲେରୀ ଏଲ୍ଏଲପି ଖୋର୍ଦ୍ଧାରେ ଏକ ସ୍ଫିରିଟ୍ ଉତ୍ପାଦନ ୟୁନିଟ୍ ରେ ୯୩.୬୫ କୋଟି ନିବେଶ କରିବ, ଯାହା ଦ୍ୱାରା ୧୧୦ ନିଯୁକ୍ତି ସୃଷ୍ଟି କରିବ । ଏସୋସିଏଟେଡ୍ ଆଲକୋହଲସ୍ ଏବଂ ବ୍ରିଓ୍ୱେରିଜ୍ ଲିମିଟେଡ୍ ଖୋର୍ଧାରେ ୩୦୦ କୋଟିର ଏକ ୨୦୦ କେଏଲପିଡି ଗ୍ରେନ୍ ଭିତ୍ତିକ ଡିଷ୍ଟିଲେରୀ ସ୍ଥାପିତ କରିବାକୁ ଯାଉଛି, ଯାହା ୧,୮୧୨ ନିଯୁକ୍ତି ସୃଷ୍ଟି କରିବ।

ଦୃଢ଼ ଶାସନ ପରିଚାଳନା ବ୍ୟବସ୍ଥା, ନିବେଶ ଅନୁକୂଳ ନୀତି, ସହଜ ଓ ତ୍ୱରିତ ଅନୁମୋଦନ ବ୍ୟବସ୍ଥା ଯୋଗୁଁ, ଓଡିଶା ପ୍ରମଖ ନିବେଶ ସ୍ଥଳ ଭାବରେ ଏହାର ସ୍ଥିତି ଜାହିର କରୁଛି । ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ନିଯୁକ୍ତି, ମୂଲ୍ୟଯୁକ୍ତ ଉତ୍ପାଦ, ଆଂଚଳିକ ସମତୁଲ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇଥିଲା । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ସମୃଦ୍ଧ ଓ ଭବିଷ୍ୟତ ପ୍ରସ୍ତୁତ ଅର୍ଥନୀତି ଗଢ଼ିବାକୁ ଓଡ଼ିଶା ଦୃତ ଭାବରେ ଅଗ୍ରଗତି କରୁଥିବା ଜଣାଯାଉଛି ।