BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଡ଼ିଶାରେ ‘ନ୍ୟୁ ଏଜ୍ ଅର୍ଥନୀତି’ର ନେତୃତ୍ୱ ନେବ ଭିସୁଟ – ଧର୍ମେନ୍ଦ୍ର ପ୍ରଧାନ

  • ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହ

  • ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟି, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ଭଟଲି ବିଧାୟକ ପ୍ରମୁଖ ଯୋଗଦେଲେ

  • ଡିଗ୍ରି, ଉପାଧି ଓ ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ଅଭିନନ୍ଦନ ଜଣାଇଲେ

  • ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ‘ଓପନ ଏୟାର କ୍ଲାସରୁମ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

  • ଓଡ଼ିଆ ସମେତ ସମ୍ବଲପୁରୀ ଭାଷାରେ ପ୍ରସ୍ତୁତ ଏମ.ଟେକର “ପ୍ରୟୋଗଶାଳା ନିର୍ଦ୍ଦେଶିକା”କୁ ପ୍ରଶଂସା

  • ଭିସୁଟର ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ

  • ଭିସୁଟକୁ ଭବିଷ୍ୟତ ଆଧାରିତ ବୈଷୟିକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଉଦ୍ୟମ କରିବା

  • ଏଆଇ, ମେସିନ୍ ଲର୍ଣ୍ଣିଂ, ରୋବୋଟିକ୍ସ, ବ୍ଲକ୍ ଚେନ୍, ଡାଟା ଆନାଲିଟିକ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଉପରେ ଆଲୋକପାତ କଲେ

  • ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାକିରି ଖୋଜିବା ନୁହେଁ ବରଂ ଚାକିରିଦାତା ହେବାର ଇଚ୍ଛାଶକ୍ତି ବଢିବା ଦରକାର

  • କ୍ୟାମ୍ପସ ପରିସରରେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ

ବୁର୍ଲା:ଦଶନ୍ଧି ଦଶନ୍ଧି ଧରି ଭିସୁଟ ରାଜ୍ୟ ତଥା ଦେଶରେ ବୈଷୟିକ ଶିକ୍ଷାର ପ୍ରସାର କରିଆସୁଛି । ଗରିବ ଓ ସାଧାରଣ ଘରୁ ଆସି ଭିସୁଟରେ ପଢୁଥିବା ପିଲାମାନେ ଆମ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ହୋଇଛନ୍ତି ବୋଲି ଶନିବାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ), ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ଓଡ଼ିଶା ମାନ୍ୟବର ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଡିଗ୍ରି, ଉପାଧି ଓ ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ବିଶ୍ୱମାନର ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ କରି ଭିସୁଟ ଆଗାମୀ ଦିନରେ ସାରା ଦୁନିଆରେ ଆହୁରି ସୁନାମ ଅର୍ଜନ କରିବାର ସାମର୍ଥ୍ୟ ବହନ କରୁଛି। ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ । ବୈଷୟିକ ଜ୍ଞାନକୌଶଳର ବିକାଶ ଖୁବ୍ ଦ୍ରୁତ ଗତିରେ ହେଉଛି। ଏହି ସମୟରେ ଆମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାକିରି ଖୋଜିବା ନୁହେଁ ବରଂ ଚାକିରିଦାତା ହେବାର ଇଚ୍ଛାଶକ୍ତି ବଢିବା ଦରକାର। ଦେଶ ସ୍ଵାଧୀନତାର ପରବର୍ତ୍ତୀ କାଳରେ ଓଡ଼ିଶାରେ ଯେତେବେଳେ ଜଳସେଚନ ଓ କୃଷି ବିକାଶର ନୂଆ ଧାରା ଆରମ୍ଭ ହୋଇଥିଲା, ସେତେବେଳେ ଏହି ଶିକ୍ଷାନୁଷ୍ଠାନ ପରିବର୍ତ୍ତନର ମଙ୍ଗ ଧରିଥିଲା। ଆଜି ଯେତେବେଳେ ଓଡ଼ିଶାରେ ନ୍ୟୁ ଏଜ୍ ଅର୍ଥନୀତିର ଧାରା ଆରମ୍ଭ ହୋଇଛି, ଭିସୁଟ ତାହାର ନେତୃତ୍ୱ ନେବ। ଭିସୁଟକୁ ଭବିଷ୍ୟତ ଆଧାରିତ ବୈଷୟିକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ସେ ଆହୁରି କହିଛନ୍ତି, ଜାତୀୟ ଶିକ୍ଷା ନୀତିରେ ଏକବିଂଶ ଶତାବ୍ଦୀର ଜ୍ଞାନ, ବିଶେଷ କରି ବୈଷୟିକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା ନୀତିରେ ଟେକ୍ନୋଲଜି ଏବଂ ଏଜୁକେସନର ସମନ୍ୱୟ ଉପରେ ଆମର ଫୋକସ ରହିଛି। ଏ ପରିପ୍ରେକ୍ଷୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, ରୋବୋଟିକ୍ସ, ବ୍ଲକ୍ ଚେନ୍, ଡାଟା ଆନାଲିଟିକ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ବିକଶିତ ହେଉଥିବା ନୂତନ ଜ୍ଞାନକୌଶଳରେ ଛାତ୍ରସମାଜକୁ ପରିପକ୍ୱ କରିବାର ଦାୟିତ୍ୱ ଆମର ରହିଛି ଏବଂ ଏଥିପାଇଁ ଭିସୁଟ୍ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡ଼ିକର ସହଭାଗିତା ନିତାନ୍ତ ଜରୁରୀ।

ଶିକ୍ଷାନୁଷ୍ଠାନ ପକ୍ଷରୁ ଓଡ଼ିଆ ସମେତ ସମ୍ବଲପୁରୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏମ.ଟେକର “ପ୍ରୟୋଗଶାଳା ନିର୍ଦ୍ଦେଶିକା” ପ୍ରଶଂସନୀୟ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ମାତୃଭାଷାକୁ ପ୍ରାଥମିକତା ଦେଉଥିବାରୁ ଶ୍ରୀ ପ୍ରଧାନ ଭିସୁଟକୁ ଧନ୍ୟବାଦ ଜଣାଇଛନ୍ତି। ଆମେ ସମସ୍ତେ ପାଠପଢାର ପ୍ରାରମ୍ଭିକ ଦିନରେ ମାତୃଭାଷାରେ ପାଠପଢାକୁ ଗୁରୁତ୍ୱ ଦେଲେ ହିଁ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକଶିତ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ଶ୍ରୀ ପ୍ରଧାନଙ୍କ କରକମଳରେ ‘ଓପନ ଏୟାର କ୍ଲାସରୁମ’ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା । ଏହା ପୂର୍ବରୁ ଶ୍ରୀ ପ୍ରଧାନ ଭିସୁଟ, ବୁର୍ଲା କ୍ୟାମ୍ପସ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ସମାବର୍ତ୍ତନ ସମାରୋହରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ରାଷ୍ଟ୍ର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ରାଜ୍ୟ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ।