BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ରାଜ୍ୟରେ ଜୋରଦାର କରାଯିବ

  • ରାଜ୍ୟସ୍ତରୀୟ ବାୟୁ ଗୁଣବତ୍ତା ମନିଟରିଂ କମିଟିର ଦଶମ ବୈଠକ

  • ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଉପରେ ଆଲୋଚନା ଏବଂ ସମୀକ୍ଷା

ଭୁବନେଶ୍ୱର : ରାଜ୍ୟସ୍ତରୀୟ ବାୟୁ ଗୁଣବତ୍ତା ମନିଟରିଂ କମିଟିର ଦଶମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଉପରେ ଏହି ବୈଠକରେ ବିଶଦ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା ।

ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପଗୁଡିକର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଥିଲେ । ସ୍ୱଚ୍ଛ ବାୟୁ ପଦକ୍ଷେପର ପ୍ରମୁଖ ଦିଗ ଓ ଏଥି ପାଇଁ ଉପଲବ୍ଧ ଅର୍ଥରାଶିର ସୁବିନିଯୋଗ ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ନଗର ଉନ୍ନୟନ ବିଭାଗ, ଶିଳ୍ପ ବିଭାଗ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ପରିବହନ ବିଭାଗ, ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ସମେତ ଅନେକ ବିଭାଗର ଉଚ୍ଚ।ଧିକାରୀ ସଦସ୍ୟରୂପେ ବୈଠକରେ ସାମିଲ ହୋଇଥିଲେ ।

ରାଜ୍ୟର ସାତଟି ସହରରେ ପିଏମ ୧୦ ସାନ୍ଦ୍ରତାର ବିଶ୍ଳେଷଣ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । ୨୦୧୯-୨୦ ରୁ ୨୦୨୪-୨୫ ମଧ୍ୟରେ ପିଏମ ୧୦ ସାନ୍ଦ୍ରତାରେ ୨୯ % ହ୍ରାସ ସହିତ ସ୍ୱଚ୍ଛ ବାୟୁ କ୍ଷେତ୍ରରେ କଟକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ହାସଲ କରିଛି । ତା ପଛକୁ ଅନୁଗୁଳ (୨୮ %) ଏବଂ ବାଲେଶ୍ୱର (୨୬ %) ରହିଛି ।

ରାଜ୍ୟର କିଛି ସହରରେ ପିଏମ ୧୦ ସାନ୍ଦ୍ରତାର ବିଶ୍ଳେଷଣ କ୍ଷେତ୍ରରେ ଅବନତି ପରିଲକ୍ଷିତ ହୋଇଛି । କଟକ, ଅନୁଗୁଳ ଓ ବାଲେଶ୍ଵରର ବିପରୀତ ଦିଗରେ ରହିଛନ୍ତି କଳିଙ୍ଗ ନଗର, ରାଉରକେଲା ଏବଂ ତାଳଚେର । କଳିଙ୍ଗ ନଗର, ରାଉରକେଲା ଏବଂ ତାଳଚେରରେ ପିଏମ ୧୦ ସାନ୍ଦ୍ରତାରେ ବୃଦ୍ଧି ରେକର୍ଡ କରାଯାଇଛି, କଳିଙ୍ଗ ନଗରରେ -୧୩ % ପରିବର୍ତ୍ତନ, ତାଳଚେର -୧୨ % ଏବଂ ରାଉରକେଲା -୨.୭ %। ସ୍ୱଚ୍ଛ ବାୟୁ କ୍ଷେତ୍ରରେ ଏହି ତିନିଟି ସହରର ଅବନତି ଘଟିଛି ।

୨୦୨୩-୨୪ ପାଇଁ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଫଳାଫଳରେ ରାଜ୍ୟର ସହରଗୁଡ଼ିକ ଭଲ ପ୍ରଦର୍ଶନ କରିଥିଲେ । ବର୍ଗ-୨ ସହରଗୁଡ଼ିକ ମଧ୍ୟରେ (୩-୧୦ ଲକ୍ଷ ଜନସଂଖ୍ୟା) ଭୁବନେଶ୍ୱର ସପ୍ତମ , କଟକ ନବମ ଏବଂ ରାଉରକେଲା ଦ୍ୱାଦଶ ସ୍ଥାନରେ ଥିଲା। ବର୍ଗ-୩ ସହରଗୁଡିକ ମଧ୍ୟରେ (୩ ଲକ୍ଷ ଜନସଂଖ୍ୟାରୁ କମ)ତାଳଚେର ଚତୁର୍ଥ, ଅନୁଗୁଳ ଷଷ୍ଠ ଏବଂ ବାଲେଶ୍ୱର ସପ୍ତମ ସ୍ଥାନରେ ରହିଥିଲା ।

୨୦୨୩-୨୪ ଏବଂ ୨୦୨୪-୨୫ ପାଇଁ ବୈଠକରେ ଆତ୍ମ-ମୂଲ୍ୟାୟନ ସ୍କୋର ମଧ୍ୟ ସମୀକ୍ଷା କରାଯାଇଥିଲା। କଟକ, ଭୁବନେଶ୍ୱର ଏବଂ ଅନୁଗୁଳ ୨୦୨୪-୨୫ରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ସର୍ବାଧିକ ଚୂଡ଼ାନ୍ତ ସ୍କୋର ପାଇଥିଲେ । ଏହି ସହରଗୁଡିକ ୧୯୧, ୧୯୬.୫ ଏବଂ ୧୯୭.୫ ସ୍କୋର ପାଇଥିଲେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ କଳିଙ୍ଗ ନଗର ଏବଂ ରାଉରକେଲା ସର୍ବନିମ୍ନ ସ୍କୋର ପାଇଥିଲେ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ପାଇଁ ପକ୍କା ରାସ୍ତା ଏବଂ ଇ-ମୋବିଲିଟିକୁ ସମସ୍ୟା ଏବଂ କଳିଙ୍ଗ ନଗର ପାଇଁ ପକ୍କା ରାସ୍ତା ଏବଂ ବିଦ୍ୟୁତ ଯୋଗାଣକୁ ସମସ୍ୟାଭାବେ ଉଲ୍ଲେଖ କରିଥିଲା।

ଚଳିତ ବର୍ଷ ଜୁନ ୫ ରେ ନୂତନଭାବେ ଆରମ୍ଭ ହୋଇଥିବା ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ବୈଠକରେ ଉପସ୍ଥାପିତ ହୋଇଥିଲା। ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପିଏମ ୧୦ ଏବଂ ପି ଏମ ୨.୫ରେ ୪୦ % ହ୍ରାସ ହାସଲ କରିବା। ଏହି କାର୍ଯ୍ୟକ୍ରମ ପାଇଁ ପାଞ୍ଚ ବର୍ଷ ମଧ୍ୟରେ ୧୫୦ କୋଟି ଟଙ୍କା ପାଣ୍ଠି ଯୋଗାଇ ଦିଆଯିବାର ପ୍ରସ୍ତାବ ରହିଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଗତ ପାଞ୍ଚ ବର୍ଷର ମନିଟରିଂ ତଥ୍ୟ ଆଧାରରେ, ୧୨ଟି ସହରକୁ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସେହି ସହରଗୁଡିକ ହେଉଛି, ସମ୍ବଲପୁର, ଝାରସୁଗୁଡ଼ା, ପାରାଦୀପ, ବ୍ରହ୍ମପୁର, ପୁରୀ, ରାଜଗାଙ୍ଗପୁର, କେଉଁଝର, ଯୋଡା, ବଡବିଲ, ବ୍ରଜରାଜନଗର, ବେଲପାହାଡ଼ ଏବଂ ବଣାଇ ।

ସହରସ୍ତରୀୟ କାର୍ଯ୍ୟ ଯୋଜନା ବିକାଶ କରିବା, ରାସ୍ତା ପରିଷ୍କାର ଯନ୍ତ୍ର ନିୟୋଜିତ କରିବା ଏବଂ ରାସ୍ତା ନିର୍ମାଣ କରିବା, ମନିଟରିଂ ଭିତ୍ତିଭୂମିକୁ ସୁଦୃଢ଼ ​​କରିବା, ସାଧାରଣ ଲୋକଙ୍କ ଯୋଗାଯୋଗ ଏବଂ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବର୍ଜ୍ୟବସ୍ତୁ ପୋଡ଼ିବା ରୋକିବା ଓ ଶିଳ୍ପ ନିର୍ଗମନ ହ୍ରାସ କରିବା ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ପ୍ରମୁଖ କାର୍ଯ୍ୟକଳାପ ମଧ୍ୟରେ ଅନ୍ତର୍ଭୁକ୍ତ ।

ଏହି କାର୍ଯ୍ୟକ୍ରମର ଆର୍ଥିକ ଡକ୍ୟୁମେଣ୍ଟ ଦାଖଲ କରାଯାଇଛି ଏବଂ ଅର୍ଥ ବିଭାଗରୁ ଅନୁମୋଦନ ପାଇଁ ଅପେକ୍ଷା କରାଯାଇଛି।