BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୧ ରୁ ୨୪ତମ ଦିନରେ ୫.୩୮ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ସାମଗ୍ରୀ ଜବତ

୩.୨୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ଭୁବନେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ଗତ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୧ତମ ରୁ ୨୪ତମ ଦିନ ମଧ୍ୟରେ ମୋଟ ୯୨୦ଟି ମାମଲା ରୁଜୁ ହୋଇଛି I ଏଥି ମଧ୍ୟରେ ୩୬ଟି ମାମଲା NDPS ଆଇନ ଅଧୀନରେ ରୁଜୁ ହୋଇଛି। ଏହି ଅବଧିରେ ମୋଟ ୫.୩୮ କୋଟି ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ କରାଯାଇଥିବାବେଳେ ୩.୨୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।

ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଅଭିଯାନର ଚାରିଦିନ ସମୟ ମଧ୍ୟରେ ମାମଲାରେ ସମ୍ପୃକ୍ତ ୪୬୩ ଜଣଙ୍କୁ ଗିରଫ କରାଯାଇଥିବା ସହ ୬୫ଟି ଗାଡ଼ି ଜବତ ହୋଇଛି।

ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୪୨,୩୯୯ ଲିଟର ଅବୈଧ ଦେଶୀ ମଦ ଏବଂ ୧,୫୦୪ ଲିଟର duty paid liquor ରହିଛି । ଏହା ସହିତ ୩,୮୩,୭୪୨ ଲିଟର ମହୁଲି ପୋଚ, ୫୬,୫୦୦ କିଲୋଗ୍ରାମ ଗୁଡ଼ ପୋଚ, ୧,୨୦୦ କିଲୋଗ୍ରାମ ମହୁଲି ଫୁଲ ଏବଂ ୧୫ କିଲୋଗ୍ରାମ ଭାଙ୍ଗ ମଧ୍ୟ ଜବତ କରାଯାଇଛି।

ନିଷିଦ୍ଧ ନିଶା ଦ୍ରବ୍ୟ ସ୍ୱରୂପ ଏହି ଚଢ଼ାଉ ସମୟରେ ୩୮୧ କିଲୋଗ୍ରାମ ଗଞ୍ଜେଇ ଏବଂ ୧,୦୮୪ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି।

ସେହିପରି ଗଞ୍ଜେଇ ଗଛର ଅବୈଧ ଚାଷ ସମ୍ପର୍କିତ ୪ଟି ମାମଲା ରୁଜୁ ହୋଇଛି, ଏଥିରେ କୋରାପୁଟ ଓ ଅନୁଗୁଳରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଥିବା ବେଳେ ମାଲକାନଗିରିରେ ଦୁଇଟି ମାମଲା ରୁଜୁ ହୋଇଛି ।