BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୫ ଓ ୨୬ ତମ ଦିନରେ, ୨.୯୨ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ୱର : ଅବକାରୀ ବିଭାଗ ପକ୍ଷରୁ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୫ ଓ ୨୬ତମ ଦିନରେ, NDPS ଆଇନ ଅନୁସାରେ ୨୪ଟି ମାମଲା ସହ ମୋଟ ୪୮୬ଟି ମାମଲା ରୁଜୁ ହୋଇଛି । ଏଥି ସହିତ ମୋଟ ୨.୯୨ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ କରାଯାଇଛି।

ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଦୁଇ ଦିନର କାର୍ଯ୍ୟାନୁଷ୍ଠାନ ସମୟରେ ମାମଲାରେ ସଂପୃକ୍ତ ମୋଟ ୨୧୮ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ୨୬ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ।

ଜବତ ସାମଗ୍ରୀ ମଧ୍ୟରେ ୧୭,୭୬୨ ଲିଟର ବେଆଇନ ମଦ ଓ ୧,୦୩୨ ଲିଟର duty-paid liquor ରହିଛି । ଏହା ସହ ୧,୮୧,୩୦୬ ଲିଟର ମହୁଲି ପୋଚ, ୨୬,୭୦୦ କିଲୋଗ୍ରାମ ଗୁଡ଼ ପୋଚ ଏବଂ ୧,୦୦୦ କିଲୋଗ୍ରାମ ମହୁଲି ଫୁଲ ମଧ୍ୟ ଜବତ କରାଯାଇଛି । ନିଷିଦ୍ଧ ନିଶା ଦ୍ରବ୍ୟ ମଧ୍ୟରେ ୩୯୨ କିଲୋଗ୍ରାମ ଗଞ୍ଜେଇ, ୬୩୯ ଗ୍ରାମ ବ୍ରାଉନ୍‌ ସୁଗାର ଓ ୧୬.୧ ଲିଟର କଫ୍‌ ସିରପ ଜବତ ହୋଇଛି ।
ଏଠାରେ ସୂଚନା ଯୋଗ୍ୟକି ଅବୈଧ ମଦ ଉତ୍ପାଦନ ନେଟୱାର୍କକୁ ସମ୍ପୂର୍ଣ୍ଣ ଭାଙ୍ଗିବା ଓ ମାଦକ ଦ୍ରବ୍ୟ ଚୋରାଚାଲଣକୁ ରୋକିବା ଏହି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ମୁଖ୍ୟ ଉଦ୍ୟେଶ I