BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସ୍ୱତନ୍ତ୍ର ଅବକାରୀ ଚଢ଼ାଉ ଅଭିଯାନ: ୧ କୋଟି ୬୪ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ

ଭୁବନେଶ୍ୱର: ପୋଲିସ ସହ ସମନ୍ୱୟରେ ଡ଼ିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅବକାରୀ ଚଢ଼ାଉ ଅଭିଯାନର ପ୍ରଥମ ଦୁଇ ଦିନରେ ପ୍ରାୟ ୧. ୬୪ କୋଟି ଟଙ୍କା ମୂଲ୍ୟର ଅବୈଧ ମାଦକ ଦ୍ରବ୍ୟ ତଥା ବେଆଇନ ସାମଗ୍ରୀ ଜବତ କରାଯାଇଛି।

ନବବର୍ଷ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଅଭିଯାନରେ ୪ଟି NDPS ମାମଲା ସହ ମୋଟ ୩୧୮ ଟି ମାମଲା ରୁଜୁ ହୋଇଛି I ଯେଉଁଥିରେ ୧୩୪ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ମଦ ଓ ନାର୍କୋଟିକ୍ସ ଚୋରା ଚାଲାଣରେ ଘଟଣାରେ ୧୨ ଟି ଗାଡ଼ି ମଧ୍ୟ ଜବତ କରାଯାଇଛି।

ବେଆଇନ ମଦ ତିଆରିରେ ବ୍ୟବହୃତ କଞ୍ଚା ମାଲ ଯଥା ୧୮୯୩୨୦ ଲିଟର ଫର୍ମେଣ୍ଟେଡ୍‌ ୱାଶ, ୮୨୦୦ କିଲୋଗ୍ରାମ ଗୁଡ଼ ୱାଶ ଏବଂ ୮୮୦ କିଲୋଗ୍ରାମ ମହୁଲି ଫୁଲ ଆଦିକୁ ଅଧିକାରୀମାନେ ଜବତ କରିଛନ୍ତି। ଏଥିସହିତ ୧୯୧୭୫ ଲିଟର ବେଆଇନ ଭାବେ ତିଆରି ହୋଇଥିବା ମଦ ଏବଂ ୪୮୫ Duty-paid liquor ମଧ୍ୟ ଜବତ ହୋଇଛି।

ନାର୍କୋଟିକ୍ସ ମାମଲାରେ ୩ କିଲୋଗ୍ରାମ ଗଞ୍ଜେଇ ଏବଂ ୧୧୭ ଗ୍ରାମ ବ୍ରାଉନ୍‌ ସୁଗାର ଜବତ ହୋଇଛି ।

ଅବୈଧ ଉତ୍ପାଦନ କେନ୍ଦ୍ର ଓ ବିତରଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ଚଢ଼ାଉ ଦଳ ପକ୍ଷରୁ ସୂଚନା ଦିଆ ଯାଇଛି I