BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସାମ୍ବାଦିକଙ୍କୁ ମାଡ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି।

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ପୁରୀ ବଡ଼ଶଙ୍ଖ ପରିବା ମାର୍କେଟରେ ସାମ୍ବାଦିକ ଓ ଫଳ ଦୋକାନୀଙ୍କ ଉପରେ ପୋଲିସର ବର୍ବରତା ନେଇ ଅଭିଯୋଗ ଆସିଥିଲା। ବୁଧବାର ପୋଲିସ ଜଣେ ଫଳ ଦୋକାନୀଙ୍କୁ ମାଡ଼ ମାରିବା ସହ ଏହି ଘଟଣାର ଖବର ସଂଗ୍ରହ କରୁଥିବା ଧରିତ୍ରୀର ପୁରୀ ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ପୋଲିସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଥିଲା। ଏହାପରେ ଓଡ଼ିଶା ପୋଲିସ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ଏହି ଆକ୍ରମଣ ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ପୁରୀ ଏସ୍‌ପି କନଓ୍ବର ବିଶାଲ ସିଂଙ୍କୁ ପୋଲିସ ମହାନିର୍ଦ୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ପି ନିଜେ ଏହାର ତଦନ୍ତ କରିବାକୁ ଡିଜିପି ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଗୁରୁବାର ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଦୀପକ ସାହୁ ନାମକ ଫଳଦୋକାନୀ ଠେଲାରେ ଫଳ ନେଇ ବିକ୍ରି କରିବାକୁ ଯାଉଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ପୋଲିସ ଦୀପକଙ୍କୁ ଏମିତି ମାଡ଼ ମାରିଥିଲେ ଯେ, ଶେଷରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଧରିତ୍ରୀର ପୁରୀ ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକ ଘଟଣାସ୍ଥଳରେ ପହଞ୍ଚି ଖବର ସଂଗ୍ରହ କରୁଥିଲେ। ଏହା ଦେଖି ପୋଲିସ ଉତ୍‌କ୍ଷିପ୍ତ ହୋଇ ଆକ୍ରୋଶମୂଳକ ଭାବେ ଦତ୍ତାତ୍ରେୟଙ୍କୁ ଆକ୍ରମଣ କରିଥିଲା। ନିଜକୁ ଖବରଦାତାର ପରିଚୟ ଦେଇଥିଲେ ମଧ୍ୟ ପୋଲିସ ତାଙ୍କୁ ଜବରଦସ୍ତି ଭ୍ୟାନ୍‌ରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲା। ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ ଏବଂ କୁମ୍ଭାରପଡ଼ା ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀଙ୍କ ଉପସ୍ଥିତିରେ ଏହି ଘଟଣା ଘଟିବା ସତ୍ତ୍ୱେ ଉଭୟେ ଚୁପ୍‌ ରହିଥିଲେ।