BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସରଳ କୌଶଳ ମାଧ୍ୟମରେ ଜୀବନ ରକ୍ଷା ଏମ୍‌ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କୁ ଜୀବନ ରକ୍ଷାକାରୀ ସିପିଆର କୌଶଳ ତାଲିମ ପ୍ରଦାନ

ଭୁବନେଶ୍ୱର, : ସରଳ କୌଶଳର ଉପଯୋଗ କରି ଜୀବନ ରକ୍ଷା ହୋଇପାରିବ। ହୃଦ୍‌ଘାତ ହେତୁ ବଢ଼ୁଥିବା ମୃତ୍ୟୁହାରକୁ କମ୍ କରିବା ଏବଂ ଏନେଇ ହେଉଥିବା ଜଟିଳ ଶାରିରୀକ ଅସୁସ୍ଥତା ହ୍ରାସ କରିବା ଉଦ୍ଦେଶ୍ୟରେ ମେଡିକାଲ୍, ପାରାମେଡିକାଲ୍ ଏବଂ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଜୀବନ ରକ୍ଷାକାରୀ ସିପିଆର କୌଶଳ ତାଲିମ ପ୍ରଦାନ କରାଯାଇଛି। ଏମ୍‌ସ ଭୁବନେଶ୍ୱରର ଜାତୀୟ ସେବା ସଂସ୍ଥା(ଏନଏସଏ) ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରରେ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍(ସିପିଆର) ସମ୍ପର୍କରେ ଡେମୋ ପ୍ରଦର୍ଶନ କରାଯାଇ ବିଶେଷଜ୍ଞ ଡାକ୍ତରମାନେ ତାଲିମ ପ୍ରଦାନ କରିଥିଲେ। ଏକ ସାଧାରଣ ଜୀବନ ରକ୍ଷାକାରୀ ପଦ୍ଧତି ଭାବେ ଜଣାଶୁଣା ସିପିଆରକୁ ସଠିକ୍‌ ଢଙ୍ଗରେ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଏହାକୁ ଯେକେହି ସାଧାରଣ ଲୋକ ମଧ୍ୟ ଉପ‌ଯୋଗ କରିପାରିବେ। ସମାଜରେ ଆଜିକା ଦିନରେ ଏହା ବେଶ୍‌ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନଙ୍କ ମତ। ଏହି କାର୍ଯ୍ୟକ୍ରମରେ ତାଲିମ ନେଇଥିବା ମେଡିକାଲ୍‌, ପାରାମେଡିକାଲ୍‌ ଏବଂ ନର୍ସିଂ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ମହାବିଦ୍ୟାଳୟ ଏବଂ ବୈଷୟିକ(ଅଣ-ମେଡିକାଲ୍‌) ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ।
ଏମ୍‌ସ ମଙ୍ଗଳଗିରିର ସଭାପତି ତଥା ଆମେରିକାନ୍‌ ହାର୍ଟ ଆସୋସିଏସନ୍‌(ଏଏଚ୍‌ଏ)ର ସହଯୋଗୀ ଅନୁଷ୍ଠାନ ହାର୍ଟ ଏବଂ ସ୍ଟ୍ରୋକ୍‌ ଫାଉଣ୍ଡେସନ୍‌ ଇଣ୍ଡିଆ(ଏଚଏସଏଫଆଇ)ର ସଭାପତି ପ୍ରଫେସର (ଡ.) ଟି ରବି କୁମାର ଭର୍ଚୁଆଲ୍‌ ମୋଡ୍‌ରେ ଏହି ଶିବିରରେ ଅଂଶଗ୍ରହଣ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ୯୦ ପ୍ରତିଶତରୁ ଅଧିକ ହୃଦ୍‌ଘାତ୍‌ ଜନିତ ସମସ୍ୟା ଡାକ୍ତରଖାନା ବାହାରେ ଘଟିଥାଏ। ଯେଉଁ ସମୟରେ କି କୌଣସି ଡାକ୍ତର କିମ୍ବା ବିଶେଷଜ୍ଞ ଉପସ୍ଥିତ ନଥାଆନ୍ତି। ତେବେ ଉକ୍ତ ସମୟରେ ସରଳ ସିପିଆର କୌଶଳ ଅବଲମ୍ବନ ଦ୍ୱାରା ହୃଦ୍‌ଘାତଜନିତ ମୃତ୍ୟୁ ଓ ଜଟିଳ ଅସୁସ୍ଥତାକୁ ହ୍ରାସ ପାଇପାରେ | ସିପିଆର୍‌ ପଦ୍ଧତିରେ କିପରି ହାତକୁ ଛାତି ଉପରେ ସଠିକ୍‌ ଢଙ୍ଗରେ ରଖି ଚାପ ଦିଆଯିବ ସେନେଇ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଡେମୋ ପ୍ରଦର୍ଶନ କରିଥିଲେ ଡ. ହରି କୁମାର। ଏହି କୌଶଳକୁ ସମସ୍ତେ ଶିଖିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏନଏସଏସ କାର୍ଯ୍ୟକ୍ରମ ସଂଯୋଜକ ତଥା ସିଏମଏଫଏମ୍ ବିଭାଗର ସହକାରୀ ପ୍ରଫେସର ଡ. ପ୍ରିୟମାଧବ ବେହେରା ତାଲିମ ଶିବିରର ଉପଯୋଗିତା ସମ୍ପର୍କରେ ମତ ରଖିଥିଲେ। ସେହିପରି ଏନଏସଏସ ପ୍ରୋଗ୍ରାମ ଅଫିସର ତଥା ଆନାସ୍ଥେସିଆ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଶ୍ରୀତମ୍ ସ୍ବରୂପ ଜେନା ଛାତିକୁ ଉପଯୁକ୍ତ ଢଙ୍ଗରେ କିପରି ସଙ୍କୋଚନ/ଚାପ ଦିଆଯିବ, ମାସ୍କ ଭେଣ୍ଟିଲେସନ୍ ଏବଂ ଏଇଡି (ସ୍ୱୟଂଚାଳିତ ବାହ୍ୟ ଡିଫିବ୍ରିଲେଟର) ର ବ୍ୟବହାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମାନ୍ନେକୁଇନ୍ ଉପରେ ମୌଳିକ ଜୀବନ ସହାୟତାର କୌଶଳ ପ୍ରଦର୍ଶନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଡ. ପ୍ରଜ୍ଞା ପାରମିତା ଗିରି, ଆସୋସିଏଟ୍ ପ୍ରଫେସର, ସିଏମ୍ଏଫ୍ଏମ୍ ଏବଂ ନର୍ସିଂ ଫ୍ୟାକଲିଟି ସାମ ଜୋସ୍ ତାଲିମରେ ସହୟତା ପ୍ରଦାନ କରିଥିଲେ। ଏହି ଶିବିରରେ ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସିପିଆର କୌଶଳ ପ୍ରଦର୍ଶନ କରିବାରେ ସେମାନଙ୍କର ଦକ୍ଷତାର ମୂଲ୍ୟାଙ୍କନ ପରେ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷକଙ୍କ ପ୍ରଶିକ୍ଷକ ଭାବେ ପ୍ରମାଣପତ୍ର ପ୍ରଦାନ କରାଯିବ | ଏହି ତାଲିମ ଅଧିବେଶନରୁ ଦଶ ଜଣ ଛାତ୍ରଛାତ୍ରୀ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଅଧିବେଶନ ପାଇଁ ପ୍ରଶିକ୍ଷକ ଭାବରେ ମନୋନୀତ ହୋଇଛନ୍ତି |