BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସପ୍ତାହକୁ ୨ ଦିନ ଗଡିବ ରାଜଧାନୀ ଏକ୍ସପ୍ରେସ।

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ୨ ଦିନ ଗଡ଼ିବ। କରୋନା ସଂକ୍ରମଣ ବୃଦ୍ଧି ତଥା ଯାତ୍ରୀ ହେଉ ନ ଥିବାରୁ ରେଳ ବିଭାଗ ଏପରି ପଦକ୍ଷେପ ନେଇଛି। ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ଭାୟା ଟାଟା କେବଳ ମଙ୍ଗଳବାର ଚାଲିବ। ସେହିପରି ମେ’ ୨୧ରୁ ଜୁନ ୧ ଭିତରେ କେବଳ ବୁଧବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିବ। ସେହିପରି ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ଭାୟା ଆଦ୍ରା ଦେଇ କେବଳ ରବିବାର ଚାଲିବ। ରାଜଧାନୀ ଏକ୍ସପ୍ରେସ ନୂଆଦିଲ୍ଲୀରୁୁ ଭାୟା ଆଦ୍ରା ଦେଇ କେବଳ ସୋମବାର ଚାଲିବ। ଏହି ଟ୍ରେନ ଭୁବନେଶ୍ୱରରୁ ୨୬, ନୂଆଦିଲ୍ଲୀରୁ ୨୮ରେ ବାତିଲ ରହିବ। ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ଓ ରାଉରକେଲା ମଧ୍ୟ ବାତିଲ ରହିବ। ମେ’ ୨୨ ଓ ୨୯ ତାରିଖରେ ଭୁବନେଶ୍ୱରରୁ, ୨୩ ଓ ୩୦ରେ ନୂଆଦିଲ୍ଲୀରୁ ବାତିଲ ହୋଇଛି।
ପୂର୍ବତଟ ରେଳପଥ ୬ଟି ଦୂରଗାମୀ, ପାସେଞ୍ଜର ଓ ମେମୁ ଟ୍ରେନ୍‌ ମଧ୍ୟ ବାତିଲ କରିଛି। ଆଉ କିଛି ଟ୍ରେନର ସମୟ ନିର୍ଘଣ୍ଟ ପରିବର୍ତ୍ତନ ଓ ସାମୟିକ ବାତିଲ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।