BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଶିଳ୍ପାନୁଷ୍ଠାନ ପୂର୍ବପରି ଚାଲୁରହିବ।

ଭୁବନେଶ୍ବର,୧୭/୪(ବ୍ୟୁରୋ):ନାଇଟ୍‌ କର୍ଫ୍ୟୁ ଓ ସପ୍ତାହନ୍ତ ସଟ୍‌ଡାଉନ୍‌ ସତ୍ତ୍ବେ ଶିଳ୍ପାନୁଷ୍ଠାନ ଚାଲିବ। ଗାଇଡ୍‌ଲାଇନ୍‌ ସହ ଶିଳ୍ପାନୁଷ୍ଠାନ ଚାଲିବା ନେଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି। ଶିଳ୍ପାନୁଷ୍ଠାନଗୁଡ଼ିକରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ କଡ଼ାକଡ଼ି ଭାବେ ପାଳନ ହେବ। କର୍ମଚାରୀମାନଙ୍କ କୋଭିଡ୍‌ ପରୀକ୍ଷା ପାଇଁ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବେ। କ୍ୟାମ୍ପସ ଓ କାର୍ଯ୍ୟସ୍ଥଳୀରେ କରୋନା ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ସମୟରେ ଶିଳ୍ପାନୁଷ୍ଠାନ ଏବଂ ତତ୍‌ସମ୍ପର୍କିତ କାର୍ଯ୍ୟକଳାପ ବିନା କଟକଣାରେ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି । କିନ୍ତୁ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରିବାକୁ ହେବ। ସବୁ ଶିଳ୍ପ ପ୍ରତିଷ୍ଠାନକୁ ନିଜ ନିଜ କର୍ମସ୍ଥଳୀ ଓ ପରିସରରେ କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।