BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମେ ୧ ରୁ ଟିକାକରଣ।

ଭୁବନେଶ୍ବର, ୨୮।୪(ବ୍ୟୁରୋ): ସାରାଦେଶରେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବ। ଆଜି ଅପରାହ୍ନ ୪ଟାରୁ ଏହି ଟିକା ପଞ୍ଜୀକରଣ ଆରମ୍ଭ ହେବ। ଟିକା ନେବାକୁ ଚାହୁଁଥିଲେ କୋୱିନ ପୋର୍ଟାଲକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ। ଏହାସହ ଆରୋଗ୍ୟ ସେତୁ , ଉମଙ୍ଗ ଆପ ଦ୍ୱାରା ଟିକା ପାଇଁ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପାଇଁ ନାମ, ଠିକଣା, ଆଧାର କାଡର଼୍ ଆଦି ଭଳି ତଥ୍ୟ ପ୍ରଦାନ କରାଯିବ। ସେଠାରେ ଆପଣଙ୍କୁ ଆଧାର ଆଇଡି, ପ୍ୟାନ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦିରେ ବ୍ୟବହାର କରୁଥିବା ଫଟୋ ଆଇଡିର ନମ୍ବର ଦେବାକୁ ପଡିବ। ଏହି ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ହେବ। ଏହି ପର୍ଯ୍ୟାୟରେ ୨କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ନାଗରିକ ମାନେ ତାଙ୍କ ସ୍ଲଟ ଅନୁସାରେ ଟିକା ନେଇପାରିବେ।