BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବ୍ଲୋସମ୍ ସ୍କୁଲର ୩୯ତମ ବାର୍ଷିକ ଉତ୍ସବ ସ୍ୱାବଲମ୍ବନ ଅନୁଷ୍ଠିତ

ଭୁବନେଶ୍ୱର : ବ୍ଲୋସମ୍ ସ୍କୁଲର ୩୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ସ୍ୱାବଲମ୍ବନ ଭରତପୁର ସ୍ଥିତ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ବର୍ତ୍ତମାନର ଶିକ୍ଷା ପଦ୍ଧତି ପିଲା ମାନଙ୍କ ଉପରେ କିପରି ପ୍ରଭାବ ପକାଉଛି ଏବଂ ଏହା ଦ୍ୱାରା ପିଲା ମାନେ କିପରି ଉପକୃତ ହେଉଛନ୍ତି ସେ ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ତୌରାଜ ମୋଗବେଲପୁର, ନିର୍ଦ୍ଦେଶିକା ନାଦିଆ ମୋଗବେଲପୁର, ପ୍ରଧାନ ଶିକ୍ଷୟିତ୍ରୀ ସୀମିତା ପଣ୍ଡା ପ୍ରମୁଖ ଯୋଗଦେଇ ଉତ୍ସବକୁ ସ୍ମରଣୀୟ କରିବା ସହିତ ନିଜର ଅନୁଭୂତି ଓ କର୍ମଠ ଜୀବନର ମାନଦଣ୍ଡକୁ ଦର୍ଶାଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ସାଂସ୍କୃତିକ କାର୍ଯ୍ୟକ୍ରମ ଯୁଗଳବନ୍ଦୀ ଏକ ନୂତନ ଶୈଳୀ ଓ ଭିନ୍ନ ତାଳରେ ପରିବେଷିତ ହୋଇଥିଲା । କବିତାର ସାତସୁରରୁ ଆରମ୍ଭ ହୋଇ ଜୀବନର ଏକ ବାସ୍ତବ ଶିକ୍ଷା ଉପରେ ଶେଷ ହୋଇଥିଲା । ୭୫ ତମ ସ୍ୱାଧୀନତାର ସ୍ୱାଦ ଓ ଆତ୍ମନିର୍ଭରତାର ପାହାଚରେ ଚଢି ବିକାଶର ବିଜୟ ଧ୍ୱଜାକୁ ଜୀବନ ରଥରେ କପରି ସ୍ଥାପନ କରାଯାଇ ପାରିବ ପିଲାମାନେ ନିଜର ନୃତ୍ୟ କଳା ମାଧ୍ୟମରେ ଅତି ନିଖୁଣ ଭାବରେ ପରିବେଷଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ପତ୍ରିକା ଗ୍ଲିମସ୍ ଉନ୍ମୋଚିତ ହୋଇଥିଲା । ଦଶମ ଶ୍ରେଣୀର ଟପର୍ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଲକ୍ଷ୍ମୀପ୍ରିୟା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।