BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଶ୍ୱଶାନ୍ତି ନିମନ୍ତେ ଦୟାନଦୀ ମହାଆରତୀ

ଭୁବନେଶ୍ୱର : ଭାରତୀୟ ସଂସ୍କୃତି ବିଶ୍ୱପାଇଁ ଆଲୋକର ବର୍ତ୍ତିକା । ଏହା ଭିତରେ ଉତ୍କଳୀୟ ସଂସ୍କୃତିର ପରମ୍ପରା ଓ ଇତିହାସ ବିଶ୍ୱବିଦିତ । ଆବାହମାନ କାଳରୁ ଭାରତୀୟ ସଂସ୍କୃତିରେ ନଦୀକୁ ‘ମା’ ସହିତ ତୁଳନା କରାଯାଇଛି । ପ୍ରତ୍ୟେକ ନଦୀର ଯେପରି ପୌରାଣିକ, ଐତିହାସିକ ତଥ୍ୟ ରହିଛି ସେହିପରି ଉତ୍କଳୀୟ ଭୂଖଣ୍ଡରେ ପ୍ରବାହିତ ପୂଣ୍ଣ୍ୟତୋୟା ଦୟାନଦୀର ପୌରାଣିକ, ଐତିହାସିକ ତଥ୍ୟ ରହିଛି । ଧଉଳି ପାହଡ଼ ପାଦଦେଶରେ ପ୍ରବାହିତ ଏହି ପୂଣ୍ଣ୍ୟତୋୟା ଦୟା ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିବା ପ୍ରିୟଦର୍ଶୀ ସମ୍ରାଟ ଅଶୋକଙ୍କ ତପୋସ୍ଥଳୀ । ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ସାରା ବିଶ୍ୱରେ ଶାନ୍ତି, ଭଗବାନ ବୁଦ୍ଧଙ୍କର ଶାନ୍ତିର ବାର୍ତ୍ତା ଓ ସର୍ବୋପରି କରୋନା ରୂପକ ମହାମାରୀରୁ ସମଗ୍ର ବିଶ୍ୱକୁ ରକ୍ଷାକରିବା ପରି ଏକ ମହତ୍ ଉଦ୍ଦେଶ୍ୟରେ ଦୟା କୂଳସ୍ଥିତ ଶ୍ରୀ ବୈରାଗେଶ୍ୱର ମହାଦେବ ମନ୍ଦିର ସମ୍ମୁଖ ଘାଟରେ ଦୟାନଦୀ ମହାଆରତୀ କାର୍ଯ୍ୟକ୍ରମ ବହୁବିଧ ସାଧୁସନ୍ଥ, ମହନ୍ତ, ପଣ୍ଡିତମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଯାଇଛି । ଦୟା ଆରତୀ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଅନ୍ତରାଷ୍ଟ୍ରିୟ ହିନ୍ଦୁ ମହାସଂଘର ଅଧ୍ୟକ୍ଷ ଡ଼ଃ ବଦ୍ରିନାଥ ପଟ୍ଟନାୟକ ଓ ଦୟା ଆରତୀ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସାଧୁ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତ୍‌ଗୁରୁ ରାମାନୁଜାଚାର୍ଯ୍ୟ ସ୍ୱାମୀ ଅରୁପାନନ୍ଦ ଓ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦାନ କରି ବିଶ୍ୱକଲ୍ୟାଣ ହିତରେ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶରତ ଦାସ (ପୂର୍ବତନ ମୁଖ୍ୟ କମିଶନର, ଆୟକର), ହରେକୃଷ୍ଣ ଶତପଥୀ (ଚେୟାର ପର୍ସନ, କିଟ୍ ଓ କିସ୍‌), ସୂର୍ଯ୍ୟନାରାୟଣ ରଥଶର୍ମା (ସଂସ୍କୃତି ବିଶେଷଜ୍ଞ), ଡ଼ଃ ମନୋଜ ରଥ (ଅଧ୍ୟକ୍ଷ, ଉତ୍କଳ ବିଦ୍ୟୁତ୍ ପରିଷଦ), ଡ଼ଃ କରୁଣାକର ପ୍ରଧାନ (ମୁଖ୍ୟ, ଶିଶୁ ବିକାଶ ସମିତି),ଡ଼ଃ ହରେକୃଷ୍ଣ ଶତପଥୀ (ସଂସ୍କୃତି ବିଦ୍ୱାନ ତଥା ପୂର୍ବତନ କୂଳପତି), ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସୁନୀଲ ପୂଜାପଣ୍ଡା (ପଣ୍ଡିତ), ଶୁଚିସ୍ମିତା ପୃଷ୍ଟି (ସମାଜସେବୀ) ପ୍ରମୁଖ ଯୋଗଦାନ କରିଥିଲେ । ଦୀନବନ୍ଧୁ ମହାପାତ୍ର (ସମାଜସେବୀ)ଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ।