BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଦେଶକୁ ଫଳ ଓ ପନିପରିବା ରପ୍ତାନୀରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ଯ- ଉପମୁଖ୍ୟମନ୍ତ୍ରୀ

  • ମାଲେସିଆ ଗସ୍ତରେ ଗଲେ ଓଡ଼ିଶାର କୃଷକ ଓ ଅଧିକାରୀ
  • ୨୮ ଜଣ ନେବେ ଉଚ୍ଚତର କୃଷିଭିତ୍ତିକ ପ୍ରଶିକ୍ଷଣ
  • ଏଫସିଆଇକୁ ଚାଉଳ ଯୋଗାଇବାରେ ଓଡ଼ିଶା ୪ର୍ଥ ସ୍ଥାନରେ

ଭୁବନେଶ୍ୱର: ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ (OIIPCRA) ଅଧୀନରେ ୨୮ ଜଣିଆ କୃଷକ ଏବଂ ଅଧିକାରୀଙ୍କ ପ୍ରଶିକ୍ଷଣ ଭିତ୍ତିକ ମାଲେସିଆ ଗସ୍ତକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆଜି ପୂର୍ବାହ୍ନ ୧୧ ଘଟିକାରେ କୃଷି ଭବନ ଅଡିଟୋରିଅମ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

୧୪ ଜଣ କୃଷକଙ୍କ ସମେତ ୧୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଏହି ୨୮ ଜଣିଆ ଟିମ କାଲିଠାରୁ ସପ୍ତାହବ୍ଯାପୀ ମାଲେସିଆ ଗସ୍ତରେ ଯାଇ କୃଷିଭିତ୍ତିକ ପ୍ରଶିକ୍ଷଣ ନେବେ । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା, ଲକ୍ଷ୍ନୌ ସ୍ଥିତ ବ୍ୟାଙ୍କର୍ସ ଇନଷ୍ଟିଚ୍ୟୁଟ ଅଫ୍ ରୁରାଲ ଡେଭଲପମେଣ୍ଟ (BIRD) ଏବଂ ନାବାର୍ଡର ମିଳିତ ଆୟୋଜନରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେଉଛି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଭୟ କୃଷକ ଓ ଅଧିକାରୀଙ୍କୁ ମାଲେସିଆ ଗସ୍ତ ନିମନ୍ତେ ଶୁଭେଚ୍ଛା ପ୍ରଦାନ କରି ପାରମ୍ପରିକ କୃଷି ସହିତ ବୈଜ୍ଞାନିକ ପଦ୍ଧତି ତଥା ଯନ୍ତ୍ରପାତିର ବ୍ୟବହାର ଇତ୍ୟାଦି ସମ୍ବନ୍ଧରେ ଶିଖିବା ପାଇଁ ଉତ୍ସାହିତ କରିଥିଲେ । ଶ୍ରୀ ସିଂହଦେଓ କହିଥିଲେ ଯେ, ଆଜିର ସମୟରେ ବିଦେଶକୁ ଫଳ ଓ ପନିପରିବା ରପ୍ତାନୀରେ ଓଡ଼ିଶା ସମ୍ମାନଜନକ ସ୍ଥିତିରେ ରହିଛି । ପ୍ରଶିକ୍ଷାର୍ଥୀମାନେ ଗସ୍ତରୁ ଯାହା ଶିଖିବେ ତାହାକୁ ପ୍ରତିଦିନ ରିପୋର୍ଟ ଆକାରରେ ଲିପିବଦ୍ଧ କରି ବିଭାଗକୁ ପ୍ରଦାନ କରନ୍ତୁ । ଉନ୍ନତ କୌଶଳକୁ ଶିଖି ନିଜ ଅଂଚଳରେ ତାହାକୁ କାର୍ଯ୍ୟକାରୀ କରନ୍ତୁ । ଏହା ଆମ ଚାଷୀ ଭଉଣୀଙ୍କ ଆୟକୁ ଦୁଇଗୁଣା କରିବାରେ ସହାୟକ ହେବ ।

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନ କରିବା ସହିତ ଓଡ଼ିଶାରେ କୃଷିର କ୍ରମବିକାଶ ଉପରେ ଆଲୋକପାତ କରିଥିଲେ । ଆଜିର ସମୟରେ ଓଡ଼ିଶା ଦେଶର ୪ର୍ଥ ସର୍ବବୃହତ ରାଜ୍ୟ ଭାବେ ଏଫସିଆଇ କୁ ଚାଉଳ ଯୋଗାଉଛି । ଗତବର୍ଷ ୧୪.୩ ମିଲିୟନ ଟନ ଖାଦ୍ଯଶସ୍ଯ ଉତ୍ପାଦନ ହୋଇଥିଲା ।

ସେହିପରି, ୧୪.୪୮ ମିଲିୟନ୍ ଟନର କେବଳ ଫଳ ଓ ପନିପରିବା (ଉଦ୍ଯାନ ଫସଲ) ଉତ୍ପାଦିତ ହୋଇଛି । ଏତଦବ୍ୟତୀତ, ଓଡ଼ିଶା ଆଜି ପୋଟଳ, ଭେଣ୍ଡି, ସଜନା ଛୁଇଁ, ଅମୃତଭଣ୍ଡା, ଆମ୍ବ ଆଦିର ରପ୍ତାନୀ ଦୁବାଇ ଓ ଅନ୍ୟାନ୍ୟ ଦେଶକୁ କରିବାରେ ସକ୍ଷମ ହୋଇଛି । କେବଳ ଅଧିକାରୀ ନୁହଁନ୍ତି, ଏଥର ଚାଷୀମାନେ ବି ବିଦେଶ ଯାତ୍ରା କରିପାରିବେ । ଏହି ପ୍ରଶିକ୍ଷଣ ସେମାନଙ୍କ ବିଦେଶ ଯାତ୍ରାର ସ୍ବପ୍ନକୁ ସାକାର କରିବା ସହିତ ଜ୍ଞାନ ଆହରଣର ଅବସର ଆଣି ପାରିଛି । ଡ. ପାଢ଼ୀ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରି ଚାଷୀମାନେ ହେଉଛନ୍ତି ଆମର ପ୍ରକୃତ ବ୍ରାଣ୍ଡ ଆମ୍ବାସାଡ଼ର୍ ବୋଲି କହିଥିଲେ।

ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ବାର୍ଡ (BIRD) ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଶ୍ରୀ ନିରୂପମ ମେହ୍ରୋତ୍ରା, ନାବାର୍ଡ ସିଜିଏମ୍ ଡ଼ ସୁଧାଂଶୁ ମିଶ୍ର, ଓପିକ୍ରା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରଶ୍ମିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି କୃଷକ ଏବଂ ଅଧିକାରୀଙ୍କୁ ଉତ୍ସାହିତ କରିଥିଲେ ।