BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ।

ଭୁବନେଶ୍ବର,୨୯/୯(ବ୍ୟୁରୋ) : ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଅଦଳ ବଦଳ ହୋଇଛି। ନୂଆଦିଲ୍ଲୀର ଯୁଗ୍ମ ଆବାସିକ କମିସନର ପ୍ରେମଜିତ ନାୟକଙ୍କୁ ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି କରାଯାଇଛି।

ରାୟଗଡା ଓଏମସିର ଆଞ୍ଚଳିକ ପରିଚାଳକ ହେମନ୍ତ କୁମାର ସିଂହଙ୍କୁ ମୟୂରଭଞ୍ଜ ଜିଲ୍ଲା  ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି। ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ଭାବରେ ଶତୃଘ୍ନ କରଙ୍କ ନିଯୁକ୍ତିକୁ ବାତିଲ କରାଯାଇଛି । ଛତ୍ରପୁରର ଉପ-ଜିଲ୍ଳାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଭାବେ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱର ରାଜ୍ୟ ଗେଷ୍ଟ ହାଉସର ପରିଚାଳକ ଶ୍ରୀରାମ କ୍ରିଷ୍ଣାଙ୍କୁ ନୂଆଦିଲ୍ଲୀ ଯୁଗ୍ମ ଆବାସିକ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।
ଗଞ୍ଜାମ ଜିଲ୍ଲା ଛତ୍ରପୁରର ତହସିଲଦାର ନୀଳମାଧବ ଭୋଇଙ୍କୁ ଛତ୍ରପୁରର ଉପଜିଲ୍ଲାପାଳ ଭାବେ ସ୍ଥାନାନ୍ତର କରାଯାଇଛି । ସେହିପରି ଗଞ୍ଜାମର ଅତିରିକ୍ତ ଉପ ଜିଲ୍ଲପାଳ  ସରୋଜ କୁମାର ଦାଶଙ୍କୁ ମୟୂରଭଞ୍ଜ ଜିଲ୍ଲାର ରାୟରଙ୍ଗପୁର ଉପ ଜିଲ୍ଳାପାଳ ଭାବେ ନିଯୁକ୍ତ ଦିଆଯାଇଛି । ଅନ୍ୟ ପକ୍ଷରେ ବଡମ୍ବା ବିଡିଓ ଦେବଦତ୍ତ ମହାନ୍ତଙ୍କୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଆଇଟିଡିଏ ପିଏ ଭାବେ ନିଯୁକ୍ତି ଦିଆଯାଇଛି।

ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।