BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦିନିକିଆ ସିରିଜ୍ ଜିତିଲା ଭାରତ

ମାଞ୍ଚେଷ୍ଟର : ରିଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମୁକାବିଲାକୁ ଭାରତ ଜିତି ନେଇଛି । ଏହି ବିଜୟ ସହିତ ଦଳ ୨-୧ରେ ସିରିଜ ବିଜୟୀ ହୋଇଛି। ହାର୍ଦ୍ଦିକଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ୨୫୯ ରନ୍‌ରେ ଅଟକି ଯାଇଥିଲା। ଜବାବରେ ରିଷଭ ପନ୍ତଙ୍କ ପ୍ରଥମ ଆନ୍ତର୍ଜାତୀୟ ଶତକ ଓ ପାଣ୍ଡ୍ୟାଙ୍କ ୭୧ ରନ୍‌ ବଳରେ ଭାରତ ୫ ଉଇକେଟରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।

ରୋହିତ ଶର୍ମା ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ତେବେ ଦ୍ୱିତୀୟ ଓଭରରେ ସିରାଜ ମେଡେନ୍‌ ଦୁଇ ଊଇକେଟ ନେଇ ଇଂଲଣ୍ଡକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ। ଏପର କି ଜନି ବେୟାରଷ୍ଟୋ ଓ ଜୋ ରୁଟ୍‌ ଖାତା ଖୋଲି ପାରି ନ ଥିଲେ। ଅନ୍ୟତମ ଓପନର ଜାସନ ରୟ(୪୧) ଓ ବେନ୍‌ ଷ୍ଟୋକ୍ସ(୨୭) ଦଳ ପାଇଁ ୫୪ ରନ୍‌ ଯୋଡିଥିଲେ। ୪ ଉଇକେଟ ପତନ ପରେ ଅଧିନାୟକ ବଟଲର ୬୦ ରନ୍‌ କରି ସ୍ଥିତି ସମ୍ଭାଳିଥିଲେ। ମୋଇନ୍‌ ଅଲୀଙ୍କ ୩୪ ରନ୍‌ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ଙ୍କ ୨୭ରନ୍‌ ଯୋଗୁ ଇଂଲଣ୍ଡ ୨୦୦ ରନ୍‌ ପାର କରିଥିଲା। ଶେଷ ଭାଗରେ ଡେଭିଡ୍‌ ଓ୍ବିଲିଙ୍କ ୧୮ ଓ କ୍ରେଗ ଓଭରଟନଙ୍କ ୩୨ ରନ ଫଳରେ ଦଳ ୨୫୯ ରନ୍‌ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ ବ୍ୟୟରେ ୪ ଉଇକେଟ ନେଇ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରିଥିଲେ।

୨୬୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦଳୀୟ ସ୍କୋର ୩ରେ ଶିଖର ଧଓ୍ବନ୍‌ ୧ ରନ୍‌ରେ ଆଉଟ ହୋଇଯାଇଥିଲେ। ରୋହିତ ଶର୍ମା ଓ ବିରାଟ କୋହଲି ପ୍ରତ୍ୟେକ ୧୭ ରନ୍‌ ଲେଖାଏଁ କରିଥିଲେ। ପରେ ରିଷଭ ପନ୍ତ(୧୨୫*) ଓ ହାର୍ଦ୍ଦିକ ପାଣ୍ଡ୍ୟା(୭୧) ଷଷ୍ଠ ଉଇକେଟ ପାଇଁ ୧୩୩ ରନ୍‌ ଯୋଡିଥିଲେ। ୫୫ ବଲ୍‌ରେ ପାଣ୍ଡ୍ୟା ୧୦ ଚୌକା ସହିତ ୭୧ ରନ୍‌ କରିଥିଲେ। ଶତକୀୟ ଇନିଂସ ଖେଳିଥିବା ପନ୍ତ ଓ ରବୀନ୍ଦ୍ର ଜାଡେଜା(୭) ଭାରତକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ପକ୍ଷରୁ ରିସି ଟପଲେ ୩ଟି ଉଇକେଟ ନେଇଥିବା ବେଳେ ଓଭରଟନ୍‌ ଏବଂ କାର୍ସେ ଗୋଟିଏ ଲେଖାଏଁ ଉଇକେଟ ପାଇଥିଲେ।