BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଥଣ୍ଡା କାଶ ଜର ବୃଦ୍ଧି ପାଇଁ ଭୟଭୀତ ନହେବାକୁ ପରାମର୍ଶ

ନୂଆଦିଲ୍ଲୀ,୭।୩: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି। ହେଲେ ଥଣ୍ଡା,କାଶ ଏବଂ ଜ୍ୱର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଚ୍‌୩ଏନ୍‌୨ ଭାଇରସ ଯୋଗୁ ଏଭଳି ହେଉଥିବା ଆଇସିଏମ୍‌ଆର୍‌ କହିଛି। ଏହା ଏକ ପ୍ରକାର ଇନ୍‌ଫ୍ଲୁଏଞ୍ଜା ଭାଇରସ। ଡାକ୍ତରମାନେ ଦାବି କରିଛନ୍ତି ଯେ, ଏଚ୍‌୩ଏନ୍‌୨ ହେତୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ଅଧିକ ଭୟଭୀତ ନ ହେବାକୁ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।

ସେ କହିଛନ୍ତି, ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଏବେ ଥଣ୍ଡା,କାଶ ଏବଂ ଜ୍ୱର ମାମଲା ବୃଦ୍ଧି ପାଉଛି। ଏହା ଏକ ପ୍ରକାର ଇନ୍‌ଫ୍ଲୁଏଞ୍ଜା ଭାଇରସ। ଯାହା ସବୁ ବର୍ଷ ଏହି ସମୟରେ ଦେଖାଯାଏ। ଯାହା ସମୟ ସହିତ ପରିବର୍ତ୍ତିତ ହୁଏ। ଇନଫ୍ଲୁଏଞ୍ଜାରେ ଜ୍ବର ସହ ଗଳା, କାଶ, ଶରୀରରେ ଯନ୍ତ୍ରଣା ଏବଂ ନାକରୁ ପାଣି ବାହାରିବା ଆଦି ହୋଇଥାଏ। ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ସେମାନଙ୍କୁ ସତର୍କ ରହିବାକୁ ଗୁଲେରିଆ ପରାମର୍ଶ ଦେଇଛନ୍ତି।