BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ତୃତୀୟ ବିଶ୍ବଯୁଦ୍ଧର ଧମକ୍ ଦେଲା ଚାଇନା।

ବେଜିଂ,୬।୧୦: ତାଇଓ୍ବାନ ଆକାଶ ମାର୍ଗରେ ଆଣବିକ ବୋମାବର୍ଷୀ ଯୁଦ୍ଧ ବିମାନ ଉଡ଼ାଇ ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଏବେ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ଦକ୍ଷିଣ ଚାଇନା ସାଗରରେ ଆମେରିକା, ବ୍ରିଟେନ, କାନାଡ଼ ଏବଂ ଅଷ୍ଟ୍ରେଲିଆର ଯୁଦ୍ଧପୋତ ଲଗାତାର ପଇଁତରା ମାରୁ ଥିବାରୁ ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ ଏନେଇ ଚେତବାନୀ ଦିଆଯାଇଛି। ତାଇଓ୍ବାନ ଏବଂ ଆମେରିକା ମିଳିତ ଭାବେ ଷଡ଼ଯନ୍ତ୍ର କରୁଥିବା ଚାଇନା ପକ୍ଷରୁ ଅଭିଯୋଗ ହୋଇଛି।

ଆମେରିକା ସହିତ ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଗ୍ଲୋବାଲ ଟାଇମ୍ସ୍‌ କହିଛି। ଏହା ସହିତ ଏହି ଖବର କାଗଜ ତାଇଓ୍ବାନକୁ ଚେତାବନୀ ଦେଇ କହିଛି ଯେ, ନିଆଁରେ ଖେଳିବା ଭଲ ନୁହେଁ। ଏଭଳି ଭୁଲ୍‌ ଦ୍ୱାରା ତାଇଓ୍ବାନକୁ କ୍ଷତି ସହିବାକୁ ପଡ଼ିବ। ଅପରପକ୍ଷରେ ତାଇଓ୍ବାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ-ଓ୍ବେନ କହିଛନ୍ତି ଯେ, ଯଦି ତାଙ୍କ ଦେଶ ଚାଇନା ହାତକୁ ଯାଏ ତେବେ ଏହାର ବିନାଶକାରୀ ପରିଣାମ ଅନ୍ତର୍ଜାତୀୟସ୍ତରରେ ନିଶ୍ଚିତ ଅନୁଭୁତ ହେବ।