BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡାନ୍ସବାରରୁ ଉଠିଲା କଟକଣା

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଦୀର୍ଘ ୨ ବର୍ଷ ପରେ କୋହଳ ହେଲା କଟକଣା। ମହାମାରୀ କରୋନାକୁ ନେଇ ଡ୍ୟାନ୍ସ ବାର୍‌ ଉପରେ ଲାଗୁ ହୋଇଥିବା କଟକଣାକୁ ଶେଷରେ କୋହଳ କରାଯାଇଛି। ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଡ୍ୟାନ୍ସ ବାର୍‌ । ଏଥିରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲିପାରିବ। ଅବକାରୀ ବିଭାଗ ଅନୁମତି ଦେଇଥିଲେ ବି କମିସନରେଟ ପୋଲିସର ଗାଇଡଲାଇନ୍‌ ଅନୁସାରେ ଡ୍ୟାନ୍ସ ବାର୍‌ଗୁଡ଼ିକ ଚାଲିବ ବୋଲି ସ୍ପଷ୍ଟ କରାଯାଇଛି।

ଅବକାରୀ ବିଭାଗ ରାଜଧାନୀ ଭୁବନେଶ୍ୱରରେ ୧୪ଟି ଡ୍ୟାନ୍ସ ବାର୍‌ ଖୋଲିବାକୁ ଅନୁମତି ଦେଇଛି । ସମସ୍ତ ବାର୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯିବ। ଡ୍ୟାନ୍ସ ବାର୍‌ରେ ସିସିଟିଭି ଲାଗିବ ଏବଂ ଫୁଟେଜରେ ତିନି ମାସର ବ୍ୟାକ ଅପ୍‌ ରହିବା ବାଧ୍ୟତାମୂଳକ କରାଯାଇଛି। ୨୧ ବର୍ଷରୁ କମ ବୟସର ଯୁବତୀଙ୍କୁ ବାର୍‌ରେ ନିୟୋଜିତ କରାଯାଇପାରିବ ନାହିଁ। ନର୍ତ୍ତକୀମାନେ ଉତ୍ତେଜକ ପୋଷାକ ପିନ୍ଧିପାରିବେ ନାହିଁ ବୋଲି ନିୟମ ରହିଛି ।