BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡକାୟତ ଗ୍ୟାଙ୍ଗ ଗିରଫ

କଟକ ,୧୩।୧୧: ବ୍ୟାଙ୍କ ଡକାୟତି ଘଟଣାରେ ଜଗତ୍‌ପୁର ପୋଲିସ ଏକ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗର ୪ ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଟାଙ୍ଗୀ ଥାନା ଅଧୀନ ଗୋବିନ୍ଦପୁର ଅଞ୍ଚଳରର ଦୁଇଭାଇ ଦୀପୁ ଓରଫ ଚକ୍ରଧର ସେଠୀ(୨୩) ଓ ଲିପୁ ଓରଫ କ୍ଷୀରୋଦ ଚନ୍ଦ୍ର ସେଠୀ(୨୦), ଚିକୁ ଓରଫ ଖଗେଶ୍ୱର ଜେନା(୨୭), ଜଗତ୍‌ସିଂହପୁର ଜିଲା ଏରସମା ଅଞ୍ଚଳର ବାବୁ ଓରଫ ପ୍ରତାପ ଦାସ(୨୭)। ସେମାନଙ୍କଠାରୁ ୨ଟି ବାଇକ୍‌, ୧ ଲକ୍ଷ ଟଙ୍କା, ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଖେଳନା ବନ୍ଧୁକ, ଦୁଇଟି ଗୁଳି, ଗୋଟିଏ ମାରଣାସ୍ତ୍ର, ହେଲ୍‌ମେଟ୍‌, ନକଲି ନମ୍ବର ପ୍ଲେଟ୍‌ ଓ ୫ଟି ମୋବାଇଲ ଫୋନ୍‌ ଜବତ ହୋଇଥିବା ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ୍‌ ସିଂ ସୂଚନା ଦେଇଛନ୍ତି।
ଡିସିପିଙ୍କ କହିବାନୁଯାୟୀ, ପାଗା ନିକଟ ପୁରୁଷୋମପୁରଠାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଏକ ଗ୍ରାହକ ସେବା କେନ୍ଦ୍ର ରହିଛି। ସେଠାରେ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ କାମ ହୋଇଥାଏ। ଗତ ମାସ ୪ ତାରିଖରେ ଉପଭୋକ୍ତାମାନେ ଟଙ୍କା ଜମା ଓ ଉଠାଣ ଲାଗି ଠିଆ ହୋଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ହଠାତ୍‌ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲ୍‌ସରରେ ସେଠାରେ ପହଞ୍ଚତ୍ଥିଲେ। ପରେ ଉଭୟ ହେଲ୍‌ମେଟ୍‌ ଓ ମାସ୍କ ପିନ୍ଧି ଉକ୍ତ କେନ୍ଦ୍ର ଭିତରକୁ ପଶି ଫାଙ୍କା ଗୁଳି ଚାଳନା କରିଥିଲେ। ଏହାପରେ ଉକ୍ତ କେନ୍ଦ୍ରର ପରିଚାଳକ ଅୟସକାନ୍ତ ସାହୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କ୍ୟାସବାକ୍ସରୁ ୧ ଲକ୍ଷ ୨୯ ହଜାର ଟଙ୍କା ଲୁଟି ଚମ୍ପଟ ମାରିଥିଲେ। ଏନେଇ ଅୟସକାନ୍ତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଥାନାଧିକାରୀ ରବୀନ୍ଦ୍ରନାଥ ମେହେର ଏହି ଘଟଣାର ତଦନ୍ତ କରିବା ପାଇଁ ପାଗା ଫାଣ୍ଡି ଅଧିକାରୀ ରୋହିତ କୁମାର ବଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୋଲିସ ଉକ୍ତ କେନ୍ଦ୍ର ଓ ଏହାର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ତନ୍ମଧ୍ୟରୁ ଏକ ଫୁଟେଜରେ ଲୁଟେରା ଦ୍ୱୟ ବାଇକ ଧରି ଯାଉଥିବାର ଦୃଶ୍ୟ କଏଦ ହୋଇଥିଲା। ମାତ୍ର ଉକ୍ତ ବାଇକ୍‌ରେ ଅନ୍ୟ ଏକ ଗାଡିର ନମ୍ବର ପ୍ଲେଟ ଲାଗିଥିବାରୁ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଫେଲ୍‌ ମାରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ବାବୁଙ୍କୁ ଗିରଫ କରି ପଚରାଉଚରା କରିଥିଲା। ତାଙ୍କ ସୂଚନା ଆଧାରରେ ଗ୍ୟାଙ୍ଗର ଅନ୍ୟ ୩ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ବାବୁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ବାବୁଙ୍କ ନାଁରେ ଶରଣକୁଳ, ଏରସମା, ଖୁଣ୍ଟୁଣୀ, ସାଲେପୁର, ବରି, ଟାଙ୍ଗୀ, ଚୌଦ୍ୱାର ଥାନାରେ ୧୦ଟି, ଲିପୁଙ୍କ ନାଁରେ ୭ଟି, ଦୀପୁଙ୍କ ନାଁରେ ୩ଟି ଓ ଚିକୁ ନାଁରେ ଗୋଟିଏ ମାମଲା ରହିଛି।