BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜାମ୍ମୁ-କାଶ୍ମୀରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ, ହିଜବୁଲ୍‌ ମୁଜାହିଦ୍ଦିନ, LeT, JeM ପାଇଁ କାର୍ଯ୍ୟ କରୁଥିଲେ

୧୪ ଜଣ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ହେଲା ଜାରି

▪️ଜାମ୍ମୁ-କାଶ୍ମୀରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ
▪️ଗୁଇନ୍ଦା ତଥ୍ୟ ଆଧାରରେ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରକାଶ
▪️ସମସ୍ତଙ୍କର ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ସୂଚନା
▪️ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଆତଙ୍କୀକୁ ସହଯୋଗ କରୁଥିଲେ
▪️ଲୁଚି ରହିବାର ବ୍ୟବସ୍ଥା ସହ ବିଚରଣ ପାଇଁ ବାଟ ଦେଖାଉଥିଲେ
▪️ହିଜବୁଲ୍‌ ମୁଜାହିଦ୍ଦିନ, LeT, JeM ପାଇଁ କାର୍ଯ୍ୟ କରୁଥିଲେ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଦୁଃଖ ଏବଂ କ୍ରୋଧ ଦେଖାଯାଇଛି । ଏହି ସମୟରେ, ଗୁଇନ୍ଦା ସଂସ୍ଥାଗୁଡ଼ିକ ଜମ୍ମୁ-କାଶ୍ମୀରରେ ସକ୍ରିୟ ୧୪ ଜଣ ସ୍ଥାନୀୟ ଆତଙ୍କବାଦୀଙ୍କ ଏକ ହିଟ୍ ଲିଷ୍ଟ ପ୍ରସ୍ତୁତ କରିଛନ୍ତି । ଏହି ସ୍ଥାନୀୟ ଆତଙ୍କବାଦୀମାନେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦୃଢ଼ ସମର୍ଥକ। ସେମାନେ କେବଳ ସ୍ଥାନୀୟ ସ୍ତରରେ ସମର୍ଥନ ଏବଂ ଲଜିଷ୍ଟିକ୍ ସହାୟତା ପ୍ରଦାନ କରନ୍ତି ନାହିଁ, ସେମାନେ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଏବଂ ସୁରକ୍ଷା ମଧ୍ୟ ପ୍ରଦାନ କରନ୍ତି ।

ଏମାନଙ୍କ ସମ୍ପୂର୍ଣ୍ଣ ଡାଟା ଏବେ ସେନା ପାଖରେ ରହିଛି । ସେନା ଲିଷ୍ଟ ଅନୁସାରେ ଅବନ୍ତିପୁରାରେ ଜୈସ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଆକ୍ଟିଭ ଅଛି । ସେହିପରି ପୁଲଓ୍ବାମାରେ ଲସ୍କର ଓ ଜୈସର ଦୁଇ ଜଣ ଲେଖାଏଁ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୋଫିୟାନାରେ ହିଜବୁଲଓ ଜଣେ, ଲସ୍କରର ୪ ଜଣ, ଅନନ୍ତନାଗରେ ହିଜବୁଲର ୨ ଜଣ, କୁଲଗାଓଁରେ ଲସ୍କରର ଜଣେ ସ୍ଥାନୀୟ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି ।