BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏଲପିଟିମ ପକ୍ଷରୁ ରଜ ମହୋତ୍ସବ

ଭୁବନେଶ୍ୱର : ଏଲପିଟିମ ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ ଦୁର୍ଗା ପଡିଆ ଠାରେ ରଜ ମହୋତ୍ସବ ଧୁମଧାମ୍‌ରେ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ କଲୋନୀର ସମସ୍ତ ବର୍ଗର ଲୋକ ସାମିଲ ହୋଇଥିଲେ । ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ, ବକ୍ତୁତା, ରଙ୍ଗୋଲି, ପୁଚି, ମେହେନ୍ଦୀ, ବେଲୁନ୍ ଫଟା,ହୁଳହୁଳି, ମ୍ୟୁଜିକ୍ ଚେୟାର, ନୃତ୍ୟ, ଗୀତ ଓ ବିଭିନ୍ନ ପିଠା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ, ଯୁବତୀ, ମହିଳା ଓ ବରିଷ୍ଠ ନାଗରିକ ମାନେ ଭାଗ ନେଇଥିଲେ । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ୧୪ ନମ୍ବର ଓାର୍ଡ କର୍ପୋରେଟର ମୋନାଲିସା ସାହୁ, ଯୁବନେତା ମନୋଜ କୁମାର ସାହୁ, ଡ଼ ମଧୁମାଧବ ଜେନା, ସ୍ନିଗ୍ଧା ଏକାଡେମୀର ଡ଼ ବିଚିତ୍ରା ରଥ, କ୍ୟାପିଟାଲ ହସ୍ପିଟାଲର ଉପଦେଷ୍ଟା ସଞ୍ଜୟ କୁମାର ସେଠୀ, ଡ଼ ଆଲୋକ ରଥ ପ୍ରମୁଖ ଯୋଗଦେଇ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଏଲପିଟିମର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବାହାନଗା ଟ୍ରେନ ଦୁର୍ଘଟଣାରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ଉଦ୍ଧାର କରିଥିବା ସ୍ୱେଚ୍ଛାସେବୀ ଓ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଟିମର ସମ୍ପାଦକ ଅନିରୁଦ୍ଧ ଲେଙ୍କାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସମରେନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ସଭାପତି ରମାକାନ୍ତ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପଦେଷ୍ଟା ଡ଼ ଶୁଭାଶିଷ ଓ ଉପସଭାପତି ପ୍ରଦୀପ ଦାସ ଉପସ୍ଥିତ ଥିଲାବେଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ପ୍ରଭାସିନୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।