BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏମ୍‌ସ ଭୁବନେଶ୍ୱରରେ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍‌ କାର୍ଯ୍ୟକ୍ଷମ

ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ କରିଛି। ଚଳିତ ମାସ ପହିଲାରୁ କାର୍ଯ୍ୟାରମ୍ଭ କରିଥିବା ଏହି ସ୍ୱତନ୍ତ୍ର କ୍ଲିନିକ୍‌ ସପ୍ତାହର ପ୍ରତି ମଙ୍ଗଳବାର ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏମ୍‌ସ ଭୁବନେଶ୍ୱର ମେଡିସିନ୍‌ ବିଭାଗର ଅତିରିକ୍ତ ପ୍ରଫେସର ଡ. ରଶ୍ମୀ ରଂଜନ ମହାନ୍ତି ଏହି କ୍ଲିନିକ୍‌ର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇବେ। ଏହି କ୍ଲିନିକ୍ ବାର୍ଦ୍ଧକ୍ୟଜନିତ ରୋଗର ସାମଗ୍ରୀକ ଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହେବ। ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବାକୁ ଆଦୌ ଅଣଦେଖା କରିବା ଉଚିତ୍‌ ନୁହେଁ ବୋଲି କୋଭିଡ୍‌ ମହାମାରୀ ସମୟରେ ଏହା ସ୍ପଷ୍ଟ ହୋଇଛି। ଆସନ୍ତା ୨୦୩୧ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କ ଦ୍ବାରା ପୂର୍ଣ୍ଣ ହେବ। ତେଣୁ ସେମାନଙ୍କର ଚିକିତ୍ସା ତଥା ସ୍ବାସ୍ଥ୍ୟସେବାକୁ ଏମ୍‌ସ ଭୁବନେଶ୍ୱର ଗୁରୁତର ସହିତ ନେଇ ଏପରି ସେବା ଆରମ୍ଭ କରିଥିବା ଏହାର ମୁଖ୍ୟ ଡ. ମହାନ୍ତି ପ୍ରକାଶ କରିଛନ୍ତି। ଏହି କ୍ଲିନିକ୍ ମାଧ୍ୟମରେ ବରିଷ୍ଠ ନାଗରିକଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, କୋଷ୍ଠକାଠିନ୍ୟ, ସିଓପିଡି, ବିଭିନ୍ନ ହୃଦ୍, ବୃକକ୍ ଏବଂ ମାନସିକ ରୋଗ ଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ଡ. ରଶ୍ମୀ ରଂଜନ ମହାନ୍ତି ସୂଚନା ଦେଇଛନ୍ତି। କ୍ରମବର୍ଦ୍ଧିଶ୍ନୁ ସହରୀକରଣ ଏବଂ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ବାର୍ଦ୍ଧକ୍ୟଜନିତ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ପ୍ରମୁଖ ଆହ୍ବାନ ପାଲଟିଛି। ଏମ୍‌ସ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଜେରିଆଟ୍ରିକ୍ କେୟାର କ୍ଲିନିକ୍ ଆରମ୍ଭ ହେବା ଦ୍ବାରା ରାଜ୍ୟର ଲୋକଙ୍କ ପାଇଁ ନିହାତି ଉତ୍ସାହଜନକ ବୋଲି ମତପ୍ରକାଶ ପାଇଛି।
ଏହି ଅବସରରେ ଜେରିଆଟ୍ରିକ୍ ଯତ୍ନର ବିଭିନ୍ନ ଦିଗ ଉପରେ ଆଲୋଚନା ପାଇଁ ଏକ ୱେବିନାର୍‌ର ଆୟୋଜନ କରାଯାଇଥିଲା। ଜେରିଆଟ୍ରିକ୍ ମେଡିସିନ୍‌ର ବିଶିଷ୍ଟ ଚିକିତ୍ସକ ତଥା ଏମ୍‌ସ ଦିଲ୍ଲୀ ଜେରିଆଟ୍ରିକ୍‌ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଡ. ଏ ବି ଦେ ଏହି ଅବସରରେ ବିଶେଷ ବକ୍ତବ୍ୟ ପ୍ରକାଶ କରିଥିଲେ।
ଏମ୍‌ସ ଭୁବନେଶ୍ୱର ମେଡିସିନ୍‌ ବିଭାଗର ଡ. ଅନୁପମା ବେହେରା ଏବଂ ଡ. ଧୃତୀ ସୁନ୍ଦର ଦାଶ ମଧ୍ୟ ଏହି ସ୍ୱତନ୍ତ୍ର କ୍ଲିନିକ୍‌ର ଅଂଶ ଭାବେ କାର୍ଯ୍ୟ କରିବେ।