BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉତ୍ତର ବିଧାୟକଙ୍କ କରକମଳରେ ଦୁଇଟି ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର,୮/୨ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୮ ନମ୍ବର ଓ୍ବାର୍ଡର ଜିଜିପି କଲୋନୀ ଓ ସାଇ ନଗର ଠାରେ ଆଜି ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି | ଜିଜିପି କଲୋନୀବାସୀଙ୍କର ବହୁଦିନର ଦାବି ଆଜି ପୁରାଣ ହୋଇଥିବାରୁ ଅଂଚଳ ବାସି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି | ଏହି ରାସ୍ତା ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଉପକୃତ ହେବେ। ସହରାଂଚଳ ଭିତରେ ଥିବା ରାସ୍ତା ଗୁଡିକର ଉନ୍ନତିକରଣ ହୋଇପାରିଥିବାରୁ ଗମନାଗମନ ଆହୁରି ସୁଦୃଢ ହୋଇପାରିବ ବୋଲି ମେୟର ଶ୍ରୀମତୀ ସୁଲୋଚନା ଦାସ ନିଜର ମତ ରଖିଥଲେ | ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ବିପ୍ଳବ ବେହେରା, ଯୁବନେତା ସଞ୍ଜୟ ବଳିୟାରସିଂ, ପ୍ରତାପ ରାଉତରାୟ, ମଳୟ ରାଉତରାୟ, ପ୍ରକାଶ ରାଉତରାୟ, ଅସ୍ମିତା ଦାସ, ଆଣିଲା ବଳିୟାରସିଂହ, ସନ୍ଦୀପ ମହାନ୍ତି, ଜାପାନ ରାଉତରାୟ, ସମ୍ବିତ ପାଇକରାୟ, ବିଶ୍ବଜିତ ଶ୍ରୀଚନ୍ଦନ, ଦେବେନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ଜେନା, ତୋଫାନ ଶ୍ରୀଚନ୍ଦନ, ସୁକାନ୍ତ ଉପାଧ୍ୟାୟ, ଆରତ ବାରିକ, ଗୁନା ପାଇକରାୟ, ଯତୀନ ଦାସ, ରଜତ ଜଗଦେବ, ରମେଶ ସାହୁ, ବିନୋଦ ସାହୁ, ନିଲୁ ଖୁଣ୍ଟିଆଙ୍କ ସମେତ ବହୁ ସଂଖ୍ୟାରେ ଯୁବ ଛାତ୍ର, ମହିଳାଙ୍କ ସହ ଗ୍ରାମର ବରିଷ୍ଠ ମୁରବି ମାନେ ଯୋଗଦେଇଥିଲେ।