BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅଲ ଓଡ଼ିଶା ମିନିଟ୍ରକ ଆସୋସିଏସନ୍ ପକ୍ଷରୁ ରଷ୍ଟ୍ରପତିଙ୍କ ସ୍ୱାଗତ ଉତ୍ସବ

ଭୁବନେଶ୍ୱର, – ଓଡିଶା ଗଣତନ୍ତ୍ର ଇତିହାସରେ ଯୋଡି ହୋଇଛି ଆଉଏକ ନୂଆ ଫର୍ଦ୍ଦ । ଓଡିଶା ମାଟିର ସୁଯୋଗ୍ୟ ମହିଳା ଦ୍ରୌପଦୀ ମୁର୍ମୁ ରଷ୍ଟ୍ରପତି ନିର୍ବାଚନରେ ବହୁ ସଂଖ୍ୟକ ଭୋଟରେ ବିଜୟ ଲାଭ କରି ଭାରତର ପ୍ରଥମ ନାଗରିକ ହୋଇଛନ୍ତି । ଭାରତର ମହାମହିମ ରଷ୍ଟ୍ରପତି ଭାବେ ଓଡିଶାର ଗର୍ବ ଓ ଗୌରବ ତଥା ଓଡିଆ ଝିଅ ଶ୍ରୀମତୀ ମୁର୍ମୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ନିର୍ବାଚିତ ହେବା ପରଠାରୁ ଓଡିଶା ପୁରପଲ୍ଲୀ ଉତ୍ସବ ମୂଖରିତ ହୋଇ ପଡିଛି । ଏହି କ୍ରମରେ ଅଜି ଅଲ ଓଡ଼ିଶା ମିନିଟ୍ରକ ଆସୋସିଏସନ୍ ପକ୍ଷରୁ ମହାମହିମଙ୍କ ସ୍ୱାଗତ ଉତ୍ସବ କେକ୍ କାଟିବା ସହ ଧୁମଧାମରେ ମଞ୍ଚେଶ୍ୱେର ସ୍ଥିତ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଆଜି ଅଲ ଓଡ଼ିଶା ମିନିଟ୍ରକ ଆସୋସିଏସନ ଦ୍ୱାରା ଅୟୋଜିତ ଏହି ଉତ୍ସବରେ ଅଲ ଓଡିଶା ମିନିଟ୍ରକ ଆସୋସିଏସନର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ରଣା ଓ ବାସନ୍ତି ଦୁର୍ଗା ମିନିଟ୍ରକ ଅସୋସିଏସନର ସଭାପତି ତ୍ରିଲୋଚନ ରାଉତରାୟ , ସମସ୍ତ କର୍ମକର୍ତ୍ତା ଓ ମାଲିକମାନେ ଉପସ୍ଥିତ ଥିଲେ । ଏହାପରେ ଆସୋସିଏସନର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମିନିଟ୍ରକ ସଙ୍ଘର କର୍ମକର୍ତ୍ତା ଯୋଗଦେଇଥିଲେ।